www.samajalive.in
Monday, December 8, 2025
20.1 C
Bhubaneswar

ରାଜଧାନୀରେ ଏଟିଏସ୍‌ ଓ ଏନ୍‌ଆଇଏ

ଭୁବନେଶ୍ବର : ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ହାତରେ ଓଡ଼ିଶା ସିମକାର୍ଡ ଘଟଣା ନୂଆ ମୋଡ଼ ନେଇଛି । ଆତଙ୍କବାଦ ବିରୋଧ ସ୍କ୍ବାଡ (ଏଟିଏସ୍‌) ଓ ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (ଏନ୍‌ଆଇଏ) ରବିବାର ରାଜଧାନୀରେ ପହଞ୍ଚି ଜିମାରେ ଥିବା ସଫ୍ଟୱେର ଇଞ୍ଜିନିୟର ଅଭିଜିତ ସଞ୍ଜୟ ଜାମ୍ବୁରୁକୁ ମାରାଥନ ଜେରା ଚଳାଇଛନ୍ତି। ପାକିସ୍ତାନ ସେନାର ବରିଷ୍ଠ ଗୁଇନ୍ଦା ଅଧିକାରୀ ଅବଦୁଲ ହମିଦ ଓରଫ ଖୁରନ୍‌ ସହ ଅଭିଜିତର ଭଲ ସମ୍ପର୍କ ଥିଲା। ଉଭୟ ପ୍ରତିଦିନ ହ୍ବାଟ୍ସଆପରେ କଥା ହୁଅନ୍ତି। ପାକିସ୍ତାନ ଆଇଏସ୍‌ଆଇ ଏଜେଣ୍ଟମାନଙ୍କ ସହିତ ତାର କେମିତି ଥିଲା ସମ୍ପର୍କ ? କେମିତି ହେଉଥିଲା ଟଙ୍କା କାରବାର ? ଜାତୀୟ ସୁରକ୍ଷା ସମ୍ବନ୍ଧୀୟ କେଉଁ ସବୁ ତଥ୍ୟ ସେ ପାକିସ୍ତାନ ଗୁଇନ୍ଦାକୁ ଦେଇଛି। ଭାରତରେ ଆଉ କେତେଜଣ ଏଜେଣ୍ଟ ଅଛନ୍ତି ? ଏମିତି କିଛି ପ୍ରଶ୍ନର ଉତ୍ତର ଖୋଜୁଛି ଏଟିଏସ୍‌। ପୂର୍ବରୁ ଗିରଫ ନୟାଗଡ଼ର ପଠାଣିସାମନ୍ତ ଲେଙ୍କା ଜରିଆରେ ଅଭିଜିତ୍‌ ସିମକାର୍ଡ ପାକିସ୍ତାନକୁ ଯୋଗାଉଥିଲା। ପ୍ରତି ସିମ୍‌କାର୍ଡର ଓଟିପି ପିଛା ପଠାଣିକୁ ସେ ୫ଶହରୁ ଏକ ହଜାର ଟଙ୍କା ଦେଉଥିଲା। ସେପଟେ ଅଭିଜିତ ଏବେ କ୍ରାଇମବ୍ରାଞ୍ଚ୍‌ ସ୍ବତନ୍ତ୍ର କାର୍ଯ୍ୟବଳ (ଏସ୍‌ଟିଏଫ୍‌) ଜିମାରେ ରହିଛି। ତଦନ୍ତକାରୀ ଦଳ ମଧ୍ୟ ତାକୁ ଜେରା କରୁଛି।
ସୂଚନାଯୋଗ୍ୟ, ଏହି ଘଟଣାରେ ଏବେସୁଦ୍ଧା ଏସ୍‌ଟିଏଫ ଅଭିଜିତ ସମେତ ୫ ଜଣଙ୍କୁ ଗିରଫ କରିଛି। ‌୪ ଜଣ ଓଡ଼ିଶାରୁ ଗିରଫ ହୋଇଥିବା ବେଳେ ଜଣଙ୍କୁ ପୁଣେରୁ ଗିରଫ କରିଥିଲା। ୪ ଓଡ଼ିଆଙ୍କ ମଧ୍ୟରେ ନୟାଗଡ଼ର ପଠାଣି ସାମନ୍ତ ଥିଲା ମାଷ୍ଟରମାଇଣ୍ଡ। ପଠାଣି ଜରିଆରେ ପାକିସ୍ତାନ ଆଇଏସ୍‌ଆଇ ଏଜେଣ୍ଟ ପାଖକୁ ଯାଉଥିଲା ଓଡ଼ିଶା ସିମକାର୍ଡ଼। ଏଟିଏସ୍‌ ଓ ଏନ୍‌ଆଇଏ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଆହୁରି ଅନେକ ଲୋକଙ୍କ ଚେହେରା ସାମ୍ନାକୁ ଆସିବ ବୋଲି ଜଣାପଡିଛି।
ଆଇଏସ୍‌ଆଇ ଏଜେଣ୍ଟଙ୍କ ଜରିଆରେ ସିମ୍‌କାର୍ଡ ନେଉଥିଲା ପାକିସ୍ତାନ ସେନା। ପାକିସ୍ତାନରେ ଓଡିଶା ସିମ୍‌କାର୍ଡକୁ ବ୍ୟବହାର କରୁଥିଲେ। ଉକ୍ତ ସିମ୍‌କାର୍ଡ ଜରିଆରେ ସାମାଜିକ ଗଣମାଧ୍ୟମରେ ଆକାଉଣ୍ଟ ଖୋଲି ସେମାନେ ଦେଶ ବିରୋଧୀ ନାରାବାଜି ଦେଉଥିଲେ। ଏହାକୁ ଗୁରୁତ୍ଵର ସହ ଗ୍ରହଣ କରିଛି ଜାତୀୟ ତଦନ୍ତକାରୀ ଦଳ। ଏଟିଏସ୍‌ ଓ ଏନ୍‌ଆଇଏ ଆତଙ୍କୀ ସମ୍ପର୍କ ଖୋଜୁଛନ୍ତି।

ଅଭିଜିତ୍‌ ଟଙ୍କାରେ ଆତଙ୍କୀ କିଣୁଥିଲେ ମାରଣାସ୍ତ୍ର

- Advertisement -

ଏସ୍‌ଟିଏଫ୍‌ ପୁଣେରୁ ଅଭିଜିତକୁ ଗିରଫ କରିଥିଲା। ପୁଣେର ସତାରା ଜିଲାରେ ସେ ରହୁଥିବା ବେଳେ ଏକ ପ୍ରତିଷ୍ଠିତ ସଫ୍ଟୱେର କମ୍ପାନୀ ପାଇଁ କାମ କରୁଥିଲା। ଏଥିସହ ସେ ଆମେରିକାର ଏକ ୱେବ୍‌ସାଇଟ୍ ଜରିଆରେ ଟଙ୍କା ରୋଜଗାର କରି ଭାରତରେ ରହୁଥିବା ପାକିସ୍ତାନୀ ଆତଙ୍କବାଦୀଙ୍କୁ ଯୋଗାଉଥିଲା। ୨୦୧୮ରୁ ସେ ପାକିସ୍ତାନ ସହ ସମ୍ପର୍କରେ ରହିଥିବା ଜେରା ବେଳେ ଏସ୍‌ଟିଏଫ୍‌ ସମ୍ମୁଖରେ ସ୍ବୀକାର କରିଛି। ଅଭିଜିତ୍‌ ଯୋଗାଉଥିବା ଟଙ୍କାରେ ଭାରତରେ ଲୁଚି ରହୁଥିବା ଆତଙ୍କୀ ମାରଣାସ୍ତ୍ର କିଣି
ଭାରତରେ ପ୍ରୟୋଗ କରୁଥିଲେ। ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନରୁ ଟଙ୍କା ଆସୁ ନଥିବାରୁ ଗୁଇନ୍ଦା ସଂସ୍ଥା ବି କିଛି ଜାଣିପାରୁ ନଥିଲା। ଇତିମଧ୍ୟର ପାକିସ୍ତାନ ଆତଙ୍କୀ ସଙ୍ଗଠନ ମୁଖିଆ ଭାରତ ଆସି ୟୁପି, ମହାରାଷ୍ଟ୍ର, ପୁଣେ, ଭୁବନେଶ୍ୱରରେ ଥିବା ତା’ ସହଯୋଗୀଙ୍କ ସକ୍ରିୟ କରିଥିଲା। ଓଡ଼ିଶା ସିମ୍‌କାର୍ଡ ପାକିସ୍ତାନରେ ବ୍ୟବହାର ଘଟଣା ସାମ୍ନାକୁ ଆସିବା ପରେ ଦିନକୁ ଦିନ ଚାଞ୍ଚଲ୍ୟକର ତଥ୍ୟ ଏସ୍‌ଟିଏଫ ହାତରେ ଲାଗିଛି। ଅଭିଜିତ ୭ରୁ ଅଧିକ ପାକିସ୍ତାନୀ ନାଗରିକଙ୍କ ସମେତ ୧୦ରୁ ଅଧିକ ନାଇଜେରିଆ ନାଗରିକଙ୍କ ସହ ଯୋଗାଯୋଗରେ ଥିଲା ବୋଲି ସ୍ପଷ୍ଟ ହୋଇଛି। ସେମାନଙ୍କୁ ସେ କେଉଁ ପ୍ରକାର ସହାୟତା ଏବଂ ତଥ୍ୟ ଯୋଗାଉଥିଲା ତାହାର ତଦନ୍ତ କରୁଛି ଏଟିଏସ୍‌ ଓ ଏନ୍‌ଆଇଏ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories