www.samajalive.in
Monday, December 8, 2025
17.1 C
Bhubaneswar

ଗୋଟିଏ ଦିନରେ ୨ ଦୁର୍ଘଟଣା, ୨ ମୃତ

ରେଙ୍ଗାଲିକ୍ୟାମ୍ପ : ଗୋଟିଏ ଦିନରେ ଦୁଇ ଦୁଇଟି ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଅପରାହ୍ଣ ପ୍ରାୟ ୨ଟା ସମୟରେ ଅତାବିରା ବ୍ଲକ ଗୋଡଭଗା ଛକରେ ବରଗଡ଼-ସମ୍ବଲପୁର ୱେ ଷ୍ଟେଟ୍ ବ୍ୟାଙ୍କ୍ କମ୍ପ୍ଲେକ୍ସ ନିକଟରେ ବରଗଡ଼ ପଟୁ ଯାଉଥିବା ଏକ ହୋଣ୍ଡା (ବାଇକ୍ ନଂ ଓଡି ୧୪ଏବି ୪୦୨୦) ରାଜରାସ୍ତା କଡ ସମ୍ବଲପୁର- ବରଗଡ଼ ୱେରେ ଗୋଡଭଗା ହାଇସ୍କୁଲ ସମ୍ବୁଖରେ ରହିଥିବା ଡାଇଭର୍ସନ ଡେଇଁ ଏକ କାର (ଓଡ଼ି ୧୫ ୟୁ ୯୧୦୮) ପାରି ହେଉଥିବା ସମୟରେ କାର ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀ ମୃତ୍ୟୁ ବରଣ କରିଥିବାବେଳେ ବାଇକ୍ ଚାଳକ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ବୁର୍ଲା ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ଏହି ଘଟଣାର ମାତ୍ର କିଛି ଘଣ୍ଟା ପରେ ପୁଣି ଅତାବିରା ଥାନା ଅନ୍ତର୍ଗତ ଲାଦେର୍ ପାଲି ଠାରେ ରାତି ପ୍ରାୟ ୯ଘଣ୍ଟା ୨୦ ମିନିଟ ସମୟରେ ରାମଚଣ୍ଡୀ ମନ୍ଦିର ସମ୍ମୁଖ ରାଜରାସ୍ତାର ଅପର ପାର୍ଶ୍ବ ତଥା ବରଗଡ଼-ସମ୍ବଲପୁର ୱେରେ ଏକ ଅଜଣା ଗାଡ଼ି ଧକ୍କାରେ ହୀର୍ଲ୍ଲିପାଲିର ଭରତ ଗଡତିଆ(୪୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପ୍ରକାଶ ଥାଉ କି ଭରତ ନିଜ ପରିବାର ଧରି ବରଗଡ଼- ସମ୍ବଲପୁର ୱେରେ ଥିବା ଏକ ହୋଟେଲରେ ସାନ ପୁଅ ଓ ସ୍ତ୍ରୀଙ୍କୁ ଛାଡି ଦେଇ କାଣ୍ଡପାଲି ରାସ୍ତାରେ ତାଙ୍କ ବଡ ପୁଅ ପାଖକୁ ହୋଟେଲରୁ କିଛି ପାର୍ଶଲ୍ ଦେବାକୁ ଯାଇଥିଲେ ନିଜ ବାଇକରେ। କିନ୍ତୁ ଫେରିବା ବାଟରେ ରାମଚଣ୍ଡୀ ମନ୍ଦିର ସମ୍ମୁଖ ଅପର ପାର୍ଶ୍ୱରେ ଭାରସାମ୍ୟ ହରାଇ ସେ ପଡିଯିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲି ଯାଇଥିଲା । ଫଳରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ଘଟଣା ସ୍ଥଳରେ ପ୍ରବଳ ରକ୍ତ ସ୍ରାବ ହେବା ସହ ସେଠାରେ ସେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଏଇ ଖବର ପାଇ ହୋଟେଲରେ ଥିବା ତାଙ୍କ ସ୍ତ୍ରୀ ଓ ଛୋଟ ପିଲା ପହଞ୍ଚିଥିଲେ। ପରେ ଅତାବିରା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ସହ ଶବ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଲୋକଙ୍କ ସହାୟତାରେ ଖେଦାପାଲି ଡାକ୍ତରଖାନାକୁ ପଠେଇଥିବା ଜଣାପଡ଼ିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories