www.samajalive.in
Monday, December 8, 2025
20.1 C
Bhubaneswar

ନୂତନ ହିତାଧିକାରୀଙ୍କୁ ଭତ୍ତାଟଙ୍କା ପ୍ରଦାନ କଲେ ସରପଞ୍ଚ ଓ ସମିତି ସଭ୍ୟ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାହାଡ଼ ପଦର ଗ୍ରାମ ପଞ୍ଚାୟତରେ ସମସ୍ତ ଭତ୍ତା ହିତାଧିକାରୀଙ୍କୁ ନେଇ ଏକ ସାଧାରଣ ସଭା ହୋଇଛି। ଏହି ସଭା ମାଧ୍ୟମରେ ଏକତ୍ରିତ କରି ପଞ୍ଚାୟତର ସମସ୍ତ ନୂଆ ଭତ୍ତା ହିତାଧିକାରୀଙ୍କୁ ପଞ୍ଚାୟତ କାର୍ୟ୍ୟାଳୟ ଠାରେ ଭତ୍ତା କାର୍ଡ଼ ସହ ଭତ୍ତାଟଙ୍କା ପ୍ରଦାନ କରିଥିଲେ ସରପଞ୍ଚ ଲକ୍ଷ୍ମଣ ମାଝୀ ଓ ସମିତି ସଭ୍ୟ ଜଗଦିଶ ବେନିଆଁ । ଉକ୍ତ ନୂତନ ଭତ୍ତା ବଣ୍ଟନ କାର୍ୟ୍ୟକ୍ରମରେ ପାହାଡ଼ ପଦର ନାଏବ ସରପଞ୍ଚ ପ୍ରତନିଧି ବୈଦ୍ୟନାଥ , ଯୋଗାଣ ସହାୟକ ଲିଙ୍ଗରାଜ ଦୁର୍ଗା, ଜି ଆର ଏସ ଉଗ୍ରସେନ ବାଗ, ବନମାଳୀ ମାଝୀ, ରାମ ନାଥ ନାଏକ, ମଧୁସୂଦନ ନାଏକଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ।
ଏଥିରେ ବାର୍ଦ୍ଧକ୍ୟ, ବିଧବା, ବିକଳାଙ୍ଗ ସମେତ ୩୯ ଜଣ ହିତାଧିକାରୀଙ୍କୁ ଭତାକାର୍ଡ଼ ଓ ଟଙ୍କା ପ୍ରଦାନ କରାଯାଇଥିଲା। ଏନେଇ ବହୁବାର ଆବେଦନ , ବାରମ୍ବାର ଅଭିଯୋଗ ପରେ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ରହିଥିବା ହିତାଧିକାରୀ ମାନେ ଏବେ ଉକ୍ତ ନୂତନ ସରପଞ୍ଚ ଏବଂ ପଞ୍ଚାୟତ ପ୍ରତିନିଧିଙ୍କ ଦ୍ୱାରା ଭତ୍ତାଟଙ୍କା ପାଇପାରିଛୁ ବୋଲି ସରପଞ୍ଚ ଶ୍ରୀ ମାଝୀଙ୍କୁ ଓ ସମିତି ସଭ୍ୟ ଶ୍ରୀ ବେନିଆଁ ଙ୍କ ସମେତ ସମସ୍ତ ପଞ୍ଚାୟତ ପ୍ରତିନିଧିଙ୍କୁ ବେଶ କୃତଜ୍ଞତା ଜଣାଇବା ସହ ଖୁସିବ୍ୟକ୍ତ କରିଛନ୍ତି । ଆଗକୁ ମଧ୍ୟ ଭତ୍ତା ପାଇବାରୁ ବଞ୍ଚିତ ରହିଥିବା ପାହାଡ଼ ପଦର ପଞ୍ଚାୟତର ସମସ୍ତ ଯୋଗ୍ୟ ହିତାଧିକାରୀ ମାନେ ସମସ୍ତେ କେମିତି ଭତ୍ତା ପାଇପାରିବେ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ବୋଲି ସରପଞ୍ଚ ଲକ୍ଷ୍ମଣ ମାଝୀ, ସମିତି ସଭ୍ୟ ଜଗଦିଶ ବେନିଆଁ ପ୍ରକାଶ କରିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories