www.samajalive.in
Monday, December 8, 2025
27.1 C
Bhubaneswar

ଟଳିଲା ବିପଦ.. ଫଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ ; ଯାତ୍ରୀ ସୁରକ୍ଷିତ

ବିଶାଖାପାଟଣା : ହାୱଡା –ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ସୌଭାଗ୍ୟବଶତଃ ନିଆଁ ଲାଗିବା ଦେଖି ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ପଡିବାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡିଛି। ପାଗିଡିପାଲି-ବୋମାଇପାଲି ମଧ୍ୟରେ ନିଆଁ ଲାଗିଛି। ଟ୍ରେନର ୩ଟି ବଗିରେ ନିଆଁ ଲାଗିଛି। ହାୱଡାରୁ ସିକନ୍ଦରାବାଦ ଅଭିମୁଖେ ଆସୁଥିବା ବେଳେ ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି କୁହାଯାଉଛି।
ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାଁନ୍ତି ବୋଲି ଦକ୍ଷିଣ-କେନ୍ଦ୍ର ରେଲୱେ ସିପିଆର୍‌‌ଓ ସିଏଚ୍‌‌ ରାକେଶଙ୍କ ପକ୍ଷରୁ ସୂଚନା ମିଳିଛି। ୩ଟି ବଗିରେ ନିଆଁ ଲାଗିଥିଲା, ବର୍ତ୍ତମାନ ନିଆଁ ଲିଭାଇବା ଜାରି ରହିଛି। ନିଆଁ ଲାଗିଥିବା ବଗିକୁ ଟ୍ରେନ ଠାରୁ ଅଲଗା କରି ଦିଆଯାଇଛି। ଘଟଣା ସ୍ଥଳରେ ରେଲୱେ ଜିଏମ୍‌‌ ପହଞ୍ଚି ସାରିଛନ୍ତି। ନିଆଁ କିଭଳି ଲାଗିଲା ଲିଭାଯିବା ପରେ ସ୍ପଷ୍ଟ ଜଣାପଡିବ ବୋଲି ସିପିଆର୍‌‌ଓ କହିଛନ୍ତି।

ଅତି ଅଗମ୍ୟ ଅଞ୍ଚଳରେ ଟ୍ରେନ ଯିବା ବେଳେ ନିଆଁ ଲାଗିଥିଲା। ନିଆଁ ଲାଗିବା ପରେ ଟ୍ରେନ ଅଟକି ଥିଲା ଓ ସମସ୍ତ ଯାତ୍ରୀ ଟ୍ରେନରୁ ଓହ୍ଲାଇଥିଲେ ବୋଲି ଜଣେ ଯାତ୍ରୀ କହିଛନ୍ତି। କିଛି ରାସ୍ତା ଚାଲି କରି ଯିବା ପରେ  ମୁଖ୍ୟ ରାସ୍ତାରେ ଯାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ବସ୍‌‌ ଯୋଗାଇ ଦିଆଯାଇଥିଲା। ବର୍ତ୍ତମାନ ଯାତ୍ରୀମାନେ ବସ୍‌‌ ଯୋଗେ ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି।

- Advertisement -

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories