www.samajalive.in
Monday, December 8, 2025
20.1 C
Bhubaneswar

ଶୁକ୍ରବାର ରାଶିଫଳ (୦୭.୦୭.୨୦୧୩)

ମେଷ: ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି। ବିଭୂଦତ୍ତ ପ୍ରତିଭାସମ୍ପନ୍ନ ହେବେ। ବାଣିଜ୍ୟ କାରବାରରେ ଲକ୍ଷ୍ମୀ ବରଦାୟିକା ହେବେ। ସପତ୍ନୀକ ଧର୍ମୀୟ ଭାବନାରେ ଉଦ୍‌ବୁଦ୍ଧ ହେବେ।

ବୃଷ: ଭାଇଙ୍କ ସହିତ ଶ୍ରଦ୍ଧା ଓ ବିଶ୍ବାସ ରଜ୍ଜୁରେ ଅନୁବନ୍ଧିତ ହୋଇପାରନ୍ତି। ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ ରଖିବାକୁ ବାଧ୍ୟ ହେବେ। ଅଜାତ ଶତ୍ରୁ ହେବେ। ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭ ପ୍ରାପ୍ତ ହେବେ।

- Advertisement -

ମିଥୁନ: ବାକ୍‌ ସଂଯମତା ଆପଣଙ୍କ ପ୍ରାଣ ଶକ୍ତି ଓ ସ୍ମରଣ ଶକ୍ତିକୁ ଉଦ୍‌ଜୀବିତ କରି ରଖିବ। ବିଭିନ୍ନ ସୂତ୍ରରୁ ଧନାଗମ ପାଇଁ ଲକ୍ଷ୍ମୀ ବରଦାୟିକା ଅଛନ୍ତି। ଲଟେରି ଉଠାଣ ଫଳ ସପକ୍ଷରେ ଯାଇପାରେ। ତେଜସ୍ବୀ ହେବେ।

କର୍କଟ: ଧର୍ମୀୟ ବିଚାରରେ ଉଦାର ସ୍ବଭାବର ହୋଇ ସର୍ବଧର୍ମ ପ୍ରାର୍ଥନାରେ ଯୋଗ ଦେଇପାରନ୍ତି। କୃଷି ବିଶାରଦ ହେବେ। ଶ୍ରମ ଓ ନିଷ୍ଠାର ମହତ୍ବ ଉପଲବ୍ଧି କରିପାରନ୍ତି। କେବଳ ଜ୍ୟେଷ୍ଠ ନୁହନ୍ତି; ଶ୍ରେଷ୍ଠ ହେବେ।

ସିଂହ: କୃଚ୍ଛ୍ର ସାଧନା ଓ ତପ ଆଚରଣ ପାଇଁ ଗିରିରାଜ ହିମାଳୟର ଆମନ୍ତ୍ରଣ ରକ୍ଷା କରି ପାରନ୍ତି। ଈଶ୍ବରୀୟ ଚେତନାରେ ଉଦ୍‌ବୁଦ୍ଧ ହେବେ। ଆଚରଣ ଓ ଉଚ୍ଚାରଣ ଭଦ୍ରୋଚିତ ହେବ। ସର୍ବତ୍ର ବିଜୟୀ ହେବେ।

କନ୍ୟା: ସତ୍‌ ପରାୟଣ ହେବେ। ଆଧ୍ୟାତ୍ମ ହେଉଛି ଜୀବନର ରକ୍ଷା କବଚ; ଆତ୍ମ ମୂଲ୍ୟାଙ୍କନ ଦ୍ବାରା ବ୍ୟକ୍ତିତ୍ବର ବିକାଶ ସାଧନ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମର ଧାରା ଅବ୍ୟାହତ ରହିବ। ସହନଶୀଳ, ଶାନ୍ତିପ୍ରିୟ ହେବେ।

ତୁଳା: ସତ୍‌ସଙ୍ଗୀ ହେବେ; ମାତ୍ର ସତ୍‌ସହିତ ସୁସମ୍ପର୍କ ଯୋଡ଼ିପାରିଲେ ସତ୍‌ସଙ୍ଗର ସୁଫଳ ମିଳିବ। ଆୟ ଆଶାନୁରୂପ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଉତ୍ତମ ସ୍ବାସ୍ଥ୍ୟ ଲାଗି ଆହାର ସୁଧାର କରିବା ଉଚିତ।

ବିଛା: ସାମୟିକ ଭାବେ ଏକାନ୍ତରେ ମୌନ ରହି ସାଧନାରେ ବ୍ରତୀ ହେବେ ଓ ସିଦ୍ଧି ପ୍ରାପ୍ତ ହେବେ। ଧନର ଅନ୍ତଃ ପ୍ରବାହ ଅବ୍ୟାହତ ରହିବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ସାହସୀ ଓ ଜ୍ଞୀନ ହେବେ।

ଧନୁ: ଈପ୍‌ସିତ ପଦାର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜୀବନକୁ ସହଜ ଭାବେ ଗ୍ରହଣ କରିବାର ପ୍ରବୃତ୍ତି ଆପଣଙ୍କଠାରେ ଅଛି। ରାଜଧନ ପ୍ରାପ୍ତି ସହିତ ସକାରାତ୍ମକ ସମର୍ଥନ ପ୍ରାପ୍ତ ହେବେ। ଉଚ୍ଚ ସମ୍ମାନର ଅଧିକାରୀ ହେବେ।

ମକର: ମନରେ ଧ୍ୟାନର ଦୀପ ଜଳାଇ ଅନ୍ଧକାରକୁ ଆଲୋକିତ କରିପାରନ୍ତି। ପ୍ରସନ୍ନ ମନରେ ଦୀନ ଦରିଦ୍ରଙ୍କୁ ସହାନୁଭୂତି ପ୍ରଦର୍ଶନ କରିପାରନ୍ତି। ଗୃହ ପରିବେଶ ଉତ୍ତମ ମାନର ହେବ। ସରକାରୀ ଅର୍ଥ ମିଳିପାରେ।

କୁମ୍ଭ: ଆତ୍ମସଂଯମୀ ହୋଇ ଇନ୍ଦ୍ରିୟଙ୍କ ଲାଳସାକୁ ଆୟତ୍ତ କରିବେ। ଈଶ୍ବରୀୟ ବିଶ୍ବାସରୁ ଶାଶ୍ବତ ଶାନ୍ତିର ସନ୍ଧାନ ପାଇବେ। ରଚନାରେ ଅନବଦ୍ୟ ଶବ୍ଦ ତରଙ୍ଗ ସୃଷ୍ଟି କରିପାରନ୍ତି। ସକାରାତ୍ମକ ଚିନ୍ତାଧାରା ଉଦ୍ରେକ ହେବ।

ମୀନ: ଆଶାକୁ ଜୀବନର ଆଧାର କରିପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ବଳଶାଳୀ ହୋଇପାରନ୍ତି। ଶାରୀରିକ ଓ ମାନସିକ ସ୍ତରରେ ବିଭିନ୍ନ ସମସ୍ୟା ଘଟିପାରେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories