www.samajalive.in
Monday, December 8, 2025
27.1 C
Bhubaneswar

ତୃତୀୟ ଦିନରେ ସ୍ୱାସ୍ଥ୍ୟ ସେବା ଓ ଷ୍ଟାର୍ଟଅପ୍‍କୁ ଗୁରୁତ୍ୱ

ଭୁବନେଶ୍ୱର: ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍ – ୨୦୧୮ର ଆଜି ତୃତୀୟ ଦିବସରେ ଆନୁଷଙ୍ଗିକ ଶିଳ୍ପ କ୍ଷେତ୍ରରେ ନିବେଶ ଉପରେ ଆଲୋଚନା ହେଉଛି। ସୋମବାର କନ୍‍କ୍ଲେଭ୍‍ର ଦ୍ୱିତୀୟ ଦିବସରେ ଦେଶର ଘରୋଇ କ୍ଷେତ୍ର ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ବହୁ ବିଶିଷ୍ଟ ଶିଳ୍ପପତି,ବ୍ୟାଙ୍କ ମୁଖ୍ୟଙ୍କ ସମେତ ବିଦେଶ ପ୍ରତିନିଧି ଓ ବିଶେଷଜ୍ଞ ଯୋଗ ଦେଇଥିଲେ। ଓଡ଼ିଶାର ଶିଳ୍ପାୟନ ଓ ଅର୍ଥନୈତିକ ସ୍ଥିତି ସମ୍ପର୍କରେ ମତ ରଖିବା ଅବସରରେ ସେମାନେ ରାଜ୍ୟରେ ପର୍ଯ୍ୟାପ୍ତ ନିବେଶ ସୁଯୋଗ ଓ ଶିଳ୍ପାୟନର ଉଜ୍ଜ୍ୱଳ ଭବିଷ୍ୟତ ଥିବା କହିଥିଲେ। ଏହି ଅବସରରେ ରାଜ୍ୟରେ ପ୍ରାୟ ୧ ଲକ୍ଷ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ପୁଞ୍ଜି ନିବେଶ ଓ ବିପୁଳ ନିଯୁକ୍ତି ସୁଯୋଗ ସମ୍ପର୍କରେ ପ୍ରତିଶ୍ରୁତି ମିଳିଥିଲା। ଖଣି, ନିର୍ମାଣ ଓ ଇସ୍ପାତ୍‍ ଶିଳ୍ପ ବ୍ୟତୀତ ନିବେଶ ପାଇଁ ଆହୁରି ଅନେକ ବିକଳ୍ପ ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପପତିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ କହିଥିଲେ।
ମଙ୍ଗଳବାର ତୃତୀୟ ଦିବସରେ ସ୍ୱାସ୍ଥ୍ୟ, ପୋଷାକ ଓ ବୟନଶିଳ୍ପ, ଧାତବ ଆନୁଷଙ୍ଗିକ ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ରସାୟନ ଓ ପେଟ୍ରୋରସାୟନ, ଷ୍ଟାର୍ଟଅପ୍‍, ମହାକାଶ ଓ ପ୍ରତିରକ୍ଷା ସାମଗ୍ରୀ, କୃଷି ବ୍ୟବସାୟ, ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ପୁଞ୍ଜି ନିବେଶ ସମ୍ଭାବନା ସଂକ୍ରାନ୍ତରେ ଆଲୋଚନା ହେଉଛି। କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଯୋଜନା’ର ସମାନ୍ତରାଳ ଭାବେ ଓଡ଼ିଶା ସରକାର ଆରମ୍ଭ କରିଥିବା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଏବେ ଚର୍ଚ୍ଚାରେ ରହିଛି। ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ପୁଞ୍ଜି ନିବେଶକୁ ସର୍ବାଦୌ ଗୁରୁତ୍ୱ ଦିଆଯାଉଛି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଷ୍ଟାର୍ଟଅପ୍‍ ଶିଳ୍ପ ପ୍ରତିଷ୍ଠାକୁ ଗୁରୁତ୍ୱ ଦେଉଥିବାରୁ ଆଜିର ବୈଠକକୁ ଯୁବବର୍ଗଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories