www.samajalive.in
Monday, December 8, 2025
27.1 C
Bhubaneswar

ଓଡ଼ିଆ ସିନେମା ‘ଛବିରାଣୀ’ ସୁଟିଂ ଆରମ୍ଭ

କନ୍ଦରପୁର : ପ୍ରଥମ ଓଡ଼ିଆ ବ୍ୟାବସାୟିକ ବାୟୋପିକ୍‍ ସିନେମା ‘ଛବିରାଣୀ’ର ସୁଟିଂ ସୋମବାର ଆରମ୍ଭ ହୋଇଛି। କିଶୋରନଗର ସ୍ଥିତ କିଶୋର ଜୀଉ ମନ୍ଦିର ପ୍ରାଙ୍ଗଣରେ ଏହାର ସୁଟିଂ କରାଯାଇଛି। ବବି ଇସ୍‍ଲାମ୍‍ଙ୍କ ଦ୍ୱାରା ନିର୍ଦେଶିତ ଏବଂ ‘ବବି ଇସ୍‍ଲାମ୍‍ ଆଣ୍ଡ୍‍ ଟିମ୍‍’ ବ୍ୟାନରରେ ନିର୍ମିତ ଏହି ସିନେମାର ପ୍ରମୁଖ ଚରିତ୍ର ଛବିରାଣୀ ଭୂମିକାରେ ବଙ୍ଗଳାର ଅଭିନେତ୍ରୀ ଚନ୍ଦ୍ରାଣୀ ଦାସ ଅଭିନୟ କରୁଥିଲା ବେଳେ ତାଙ୍କ ପତି ଚରିତ୍ରରେ ଅଛନ୍ତି ଭୁବନେଶ୍ୱରର ଯୁବ ଅଭିନେତା ଅମନ ପରାଶରା। ପ୍ରଥମ ଦିନର ସୁଟିଂରେ ଛବିରାଣୀଙ୍କ ବିବାହର ଦୃଶ୍ୟକୁ ଉତ୍ତୋଳନ କରିଥିଲେ କ୍ୟାମେରାମ୍ୟାନ୍‍ ରବୀନ୍ଦ୍ର ବେହେରା। ସୁଟିଂ ସମୟରେ ସମ୍ପାଦକ ରାଜେଶ ଦାସ, ଚିତ୍ରନାଟ୍ୟ ରଚନାକାରୀ ଶଙ୍କର ତ୍ରିପାଠୀ, ସଂଗୀତ ନିର୍ଦେଶକ ପ୍ରେମାନନ୍ଦ ମୁଦୁଲି, ବରିଷ୍ଠ କ୍ୟାମେରା ପରିଚାଳକ ଦିଲ୍ଲୀପ ରାୟ ଓ ସ୍ଥାନୀୟ ସରପଞ୍ଚ ରଂଜିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସିନେମାରେ ମୁଖ୍ୟ ଖଳନାୟକ ଚରିତ୍ରରେ ମିହିର ଦାସ ଏବଂ ଅନ୍ୟ ଦୁଇଟି ପ୍ରମୁଖ ଭୂମିକାରେ ସିଦ୍ଧାନ୍ତ ଓ ଅନୁ ଚୌଧୁରୀଙ୍କୁ ନିଆଯାଇଛି। ପ୍ରାୟ ୩୫ବର୍ଷ ପୂର୍ବେ ଅଭିଭକ୍ତ କଟକ ଜିଲାର ବିରିଡି ବ୍ଲକ ଅନ୍ତର୍ଗତ ବିଲୁଆ ଖାଇ ନଈ ପଠାରେ ଘଟିଥିବା ଏହି ହତ୍ୟାକାଣ୍ଡର କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ କରାଯାଉଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories