www.samajalive.in
Monday, December 8, 2025
27.1 C
Bhubaneswar

ମେକ ଇନ ଓଡ଼ିଶା କନକ୍ଲେଭ : କ’ଣ କହିଲେ ବିଶିଷ୍ଟ ଉଦ୍ୟୋଗପତି

ଭୁବନେଶ୍ୱର : ଭୁବନେଶ୍ୱର ଜନତା ମାଇଦାନରେ ଅନୁଷ୍ଠିତ ମେକ ଇନ ଓଡ଼ିଶା କନକ୍ଲେଭ-୨୦୧୮ ବହୁ ବିଶିଷ୍ଟ ଶିଳ୍ପପତି ଯୋଗ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭରେ ଯୋଗ ଦେଇଥିବା ବିଶିଷ୍ଟ ଶିଳ୍ପପତି ମାନେ ଓଡ଼ିଶା ଏବଂ ମେକ ଇନ ଓଡ଼ିଶାକୁ ନେଇ କଣ ମତ ରଖିଛନ୍ତି।
ମୁକେଶ ଆମ୍ବାନୀ, ଚେୟାରମ୍ୟାନ, ରିଲାନ୍ସ ଜିଓ ଗ୍ରୁପ
ଆମେ ପୂର୍ବରୁ ଓଡ଼ିଶାରେ ୬ହଜାର କୋଟି ଟଙ୍କା ନିବେଶ କରିସାରିଛୁ। ବର୍ତ୍ତମାନ ୩ହଜାର କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛୁ। ରିଲାନ୍ସ ଏବଂ ଜିଓ ଦୁଇ କମ୍ପାନୀ ମେକ ଇନ ଓଡ଼ିଶାରେ ଯୋଗ ଦେଇଛନ୍ତି। ଏହା ଦ୍ୱାରା ୩୦ହଜାର ଲୋକଙ୍କୁ ନିଯୁକ୍ତି ଦିଆଯାଇପାରିବ ବୋଲି ମୁକେଶ ଆମ୍ବାନୀ କହିଛନ୍ତି। ଓଡ଼ିଶାର ଏହି ବିକାଶ ଯାତ୍ରାରେ ସମସ୍ତେ ସାମିଲ ହେବା ପାଇଁ ସେ ନିବେଦନ କରିଛନ୍ତି। ଏହା ବ୍ୟତୀତ ମୁକେଶ ଆମ୍ବାନୀ ଏହାକୁ ମେକ ନ୍ୟୁ ଓଡ଼ିଶା ବୋଲି କହିଛନ୍ତି।
ଏନ୍‍. ଚନ୍ଦ୍ରଶେଖରନ, ଚେୟାରମାନ, ଟାଟା ଗ୍ରୁପ
କମ୍ପାନୀ କଳିଙ୍ଗନଗର ପ୍ଲାଣ୍ଟରେ ବିଶ୍ୱସ୍ତରୀକରଣ ପାଇଁ କମ୍ପାନୀ ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଚନ୍ଦ୍ରଶେଖରନ କହିଥିଲେ। କମ୍ପାନୀ ଆଗକୁ ୨୫ ହଜାର କୋଟି ଟଙ୍କା ନିବେଶ କରିବାକୁ ଯାଉଛୁ।
କୁମାର ମଙ୍ଗଲମ୍‍ ବିରଲା, ଚେୟାରମାନ, ଆଦିତ୍ୟ ବିରଲା ଗ୍ରୁପ
ଓଡ଼ିଶାରେ ଆଦିତ୍ୟ ବିଡଲା ଗ୍ରୁପ ୧୪ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଥିବା କୁମାର ମଙ୍ଗଲମ ବିରଲା କହିଛନ୍ତି। ଏହାବ୍ୟତୀତ କମ୍ପାନୀ ସମ୍ବଲପୁର ସ୍ଥିତ ହିରାକୁଦ ଠାରେ ହେବାକୁ ଥିବା ଏକ ପ୍ରକଳ୍ପର ଘୋଷଣା କରିଥିଲେ।

ଅନିଲ ଅଗ୍ରୱାଲ, ଚେୟାରମାନ, ବେଦାନ୍ତ ଗ୍ରୁପ
ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରପୁର ରହିଛି। ଏହାସହ ମାନବ ସମ୍ବଳ ମଧ୍ୟ ଭରପୁର ରହିଛି। ବ୍ୟବସାୟ ପାଇଁ ଓଡ଼ିଶାର ଭିତ୍ତିଭୂମି ଭଲ ରହିଥିବା ସେ କହିଛନ୍ତି।

 

 

- Advertisement -
ରଜନିଶ କୁମାର, ଏସ୍‍ବିଆଇ ଚେୟାରମାନ
ସମସ୍ତ ନିବେଶକ ଗଣ ଓଡ଼ିଶାରେ ନିବେଶ କରିବା ପରେ ଲୋକମାନଙ୍କୁ ବ୍ୟାଙ୍କ ଯୋଗାଇ ଦେବାକୁ ଏସ୍‍ବିଆଇ କାର୍ଯ୍ୟ କରିବ ବୋଲି ରଜନିଶ କହିଛନ୍ତି।

 

 

ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ
ପୂର୍ବରୁ ୧୮ ମାସ ଭିତରେ ୩୧୦ ଷ୍ଟାଟଅପ ୟୁନିଟ ରାଜ୍ୟରେ ନିବେଶକ ପାଇଁ ପଞ୍ଚିକରଣ କରିଛନ୍ତି। ଏଥିମଧ୍ୟରୁ ୪୦ଟି ୟୁନିଟ କାର୍ଯ୍ୟ କରୁଛନ୍ତି। ୨୦୧୦ ସୁଦ୍ଧା ରାଜ୍ୟରେ ୧ହଜାର ଷ୍ଟାଟ୍‍ଅପ କମ୍ପାନୀ ପଞ୍ଚିକୃତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories