www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତ-ଆମେରିକାର ଭାଗିଦାରୀ ପାରସ୍ପରିକ ପ୍ରତିଶ୍ରୁତିବଦ୍ଧତାର ସମ୍ପର୍କ : ମୋଦୀ 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି’ ଭାରତ–ଆମେରିକା ରଣନୀତିକ ଭାଗିଦାରୀ ସୁବିଧାବାଦର ସମ୍ପର୍କ ନୁହେଁ, ଏହା ବିଶ୍ୱାସ, ସହାନୁଭୂତି ଓ ପାରସ୍ପରିକ ପ୍ରତିଶ୍ରୁତିବଦ୍ଧତାର ସମ୍ପର୍କ । ଗତକାଲି ୱାଶିଂଟନ୍‌‌ରେ ଭାରତ-ଆମେରିକା ରଣନୀତିକ ଭାଗିଦାରୀ ସମ୍ପର୍କ ଫୋରମ୍‌‌ରେ ଉଦ୍‌‌ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି’ ଭାରତର ସଫତଳା ପଛରେ ଭାରତୀୟ ମାନଙ୍କର ଆଶା ଓ ଆକାଂକ୍ଷା ରହିଛି । ପ୍ରଧାନମନ୍ତ୍ରୀ କହିଛନ୍ତି’ ଏହା ଆମେରିକୀୟ ମାନଙ୍କର ଆଶା ଓ ଆକାଂକ୍ଷା ଠାରୁ ପୃଥକ ନୁହେଁ। ସେ କହିଛନ୍ତି, ଭାରତର ଜିଡିପିରେ ଚାହିଦାର ଭାଗିଦାରୀ ବିଗତ ୧୫ ବର୍ଷ ମଧ୍ୟରେ ବିଶ୍ୱରେ ସର୍ବାଧିକ ରହିଛି । ଶ୍ରୀ ମୋଦୀ କହିଛନ୍ତି’ ଭାରତ ଆର୍ଥିକ ନିଅଣ୍ଟକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ସହ ଏହାର ପୁଞ୍ଜିବାବଦ ଖର୍ଚ୍ଚ ଲଗାତାର ଭାବେ ବୃଦ୍ଧି କରି ଚାଲିଛି । ସେ କହିଛନ୍ତି’ ଭାରତର ରପ୍ତାନୀ ବୃଦ୍ଧି ପାଇବା ସହ ବୈଦେଶିକ ବିନିମୟ ମୁଦ୍ରା ପରିମାଣ ବୃଦ୍ଧି ପାଇ ଚାଲିଛି ଓ ଭାରତରେ ରେକର୍ଡ ପରିମାଣର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ହେଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି’ ଆମେରିକା କମ୍ପାନୀମାନେ ଗତ ଦୁଇରୁ ଅଢ଼େଇ ବର୍ଷ ମଧ୍ୟରେ ଭାରତରେ ୧୬ ଶହ କୋଟି ଡଲାରରୁ ଅଧିକ ମୂଲ୍ୟର ପୁଞ୍ଜିନିବେଶ କରିଛନ୍ତି । ସେ କହିଛନ୍ତି’ ଭାରତ-ଆମେରିକା ପ୍ରତିରକ୍ଷା ଭାଗିଦାରୀ ସମ୍ପର୍କ ଉଚ୍ଚଶିଖରରେ ପହଞ୍ଚିଛି। ଶ୍ରୀ ମୋଦୀ କହିଛନ୍ତି, ଭାରତୀୟ କମ୍ପାନୀଗୁଡ଼ିକ ଆମେରିକାରେ ଶହ ଶହ କୋଟି ଡଲାର ମୂଲ୍ୟର ପୁଞ୍ଜିନିବେଶ କରୁଛନ୍ତି।
ଭାରତୀୟ କମ୍ପାନୀମାନେ ଆନ୍ତର୍ଜାତିକ ସ୍ତରରେ ପୁଞ୍ଜିନିବେଶ କରିବାରେ ସଫଳତା ଲାଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି, ଭାରତ-ଆମେରିକା ଭାଗିଦାରୀ ସମ୍ପର୍କ ଉଭୟ ଦେଶ ପାଇଁ ହିତକାରୀ ସାବ୍ୟସ୍ତ ହୋଇଛି। ଉଭୟ ଦେଶକୁ ପରସ୍ପରର ନିର୍ଭରଶୀଳ ଭାଗିଦାର ହେବା ପାଇଁ ସେମାନେ ବଡ଼ ବଡ଼ ନିଷ୍ପତ୍ତିମାନ ଗ୍ରହଣ କରିଛନ୍ତି । ଭାରତ ଭିତ୍ତିଭୁମି କ୍ଷେତ୍ରରେ ୧୨ ହଜାର ୫୦୦ ନିୟୁତ ଡଲାର ପୁଞ୍ଜିନିବେଶ କରିଥିବାର ଶ୍ରୀ ମୋଦୀ କହିଛନ୍ତି । ଭାରତର ବିକାଶରେ ଆମେରିକା ପାଇଁ ଯଥେଷ୍ଟ ସମ୍ଭାବନା ଥିବା କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି,  ବ୍ୟବସାୟ ସୁଗମତା ନୀତି ପ୍ରଣୟନ କ୍ଷେତ୍ରରେ ତାଙ୍କ ସରକାର ପ୍ରତିଶ୍ରୁତି ପୂରଣ କରିଛନ୍ତି।
ଭାରତର ବିକାଶରେ ସମଗ୍ର ବିଶ୍ୱର ବିକାଶ ନିହିତ ଥିବା ବିଷୟ ବାରମ୍ବାର ପ୍ରମାଣିତ ହୋଇଥିବା ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି’ ଏଜିଙ୍ଗ୍‌‌ ଭଳି ଏକ ବୃହତ୍‌‌ ଆନ୍ତର୍ଜାତିକ ଚ୍ୟାଲେଞ୍ଜର ସମାଧାନ ଭାରତ ପାଖରେ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି’ ଭାରତରେ ପ୍ରତିଭାଶାଳୀ ଯୁବକମାନଙ୍କର ସଂଖ୍ୟା ସର୍ବାଧିକ ଓ ଏହାର କୁଶଳୀ ପେଶାଦାର ମାନଙ୍କ ସଂଖ୍ୟା ମଧ୍ୟ ସବୁଠୁ ଅଧିକ। ସେ କହିଛନ୍ତି’ ଭାରତରେ ପ୍ରତି ସପ୍ତାହରେ ଏକ ନୂଆ ବିଶ୍ୱ ବିଦ୍ୟାଳୟ ଖୋଲୁଛି ଓ ପ୍ରତି ତିନି ଦିନରେ ଏକ ଅଟଳ ଟିଙ୍କରିଙ୍ଗ୍‌‌ ଲ୍ୟାବ୍‌‌ ସୃଷ୍ଟି ହେଉଛି। ପ୍ରତି ଦୁଇଦିନରେ ଭାରତରେ ଏକ ନୂଆ କଲେଜ ଖୋଲୁଥିବାବେଳେ ପ୍ରତିଦିନ ଏକ ନୂଆ ଆଇଟିଆଇ ଖୋଲୁଛି।
ପ୍ରତି ବର୍ଷ ଭାରତରେ ଗୋଟିଏ ଆଇଆଇଏମ ଏବଂ ଗୋଟିଏ ଆଇଆଇଟି ମଧ୍ୟ ଖୋଲୁଛି। ସେ କହିଛନ୍ତି, ଏଗୁଡ଼ିକରୁ ବାହାରୁ ଥିବା ପ୍ରତିଭାଶାଳୀ ଯୁବକମାନେ ସମଗ୍ର ବିଶ୍ୱ ପାଇଁ କାର୍ଯ୍ୟ କରୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories