ଆହାର କେନ୍ଦ୍ରକୁ ପ୍ରଦାନ କରାଗଲା ୧୧ କୋଟି ୧୭ ଲକ୍ଷ ଟଙ୍କା
ଭୁବନେଶ୍ବର: ଆହାର କେନ୍ଦ୍ର ଅଭିଯାନକୁ ଆଗେଇ ନେବା ଲକ୍ଷ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୧କୋଟି ୧୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସମସ୍ତ ୧୬୭ ଆହାର କେନ୍ଦ୍ର ଓ ୨୭ ଆହାର ରୋଷେଇଶାଳାର ପରିଚାଳନା ଦାୟିତ୍ବ ମିଶନ ଶକ୍ତିକୁ ପ୍ରଦାନ କରାଯାଇଛି । ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ୧୬୭ଟି ଆହାର କେନ୍ଦ୍ରର ପରିଚାଳନା ପାଇଁ ଏହି ଅର୍ଥ ପ୍ରଦାନ କରାଯାଇଛି । ସବୁ ପୌରାଞ୍ଚଳରେ କାର୍ଯ୍ୟକ୍ଷମ ଥିବା ଆହାର କେନ୍ଦ୍ରରେ ଦୈନିକ ଏକ ଲକ୍ଷ ଲୋକଙ୍କୁ ୫ଟଙ୍କାରେ ମଧ୍ୟାହ୍ନ ଭୋଜନ ମିଳୁଛି ।
Comments are closed.