www.samajalive.in
Monday, December 8, 2025
20.1 C
Bhubaneswar

ବଡ଼ମ୍ବା ଚିନିକଳ ସମ୍ପତ୍ତି ବାଜ୍ୟାପ୍ତି ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି

ବଡ଼ମ୍ବା: ବଡ଼ମ୍ବା ଚିନିକଳ ସମ୍ପତ୍ତି ବାଜ୍ୟାପ୍ତି ଘଟଣାକୁ କେନ୍ଦ୍ରକରି ପୁନର୍ବାର ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି । ଦୀର୍ଘବର୍ଷ ଧରି ଚିନିକଳ ନ ଚାଲିବା ଏବଂ ଶେଷରେ ଏହାର ସମ୍ପତ୍ତି ନିଲାମ ହେବା ଘଟଣା ଜଣାପଡ଼ିବା ପରେ ଭାରତୀୟ ଜନତା ପାର୍ଟି ଏହାର ତୀବ୍ର ବିରୋଧ କରିଛି। ଦଳର ବଡ଼ମ୍ବା ମଣ୍ଡଳ ନେତୃମଣ୍ଡଳି ଏନେଇ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ବିଜୟ କୁମାର ଦଳବେହରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ବିଜେପିର ବଡ଼ମ୍ବା ମଣ୍ଡଳ ସଭାପତି ଆଇନଜୀବୀ ସନ୍ତୋଷ କୁମାର ବେହେରା, ଜୋନ ପ୍ରମୁଖ ଆଇନଜୀବୀ ସରୋଜ କୁମାର ବେଉରା, ଦଳୀୟ ନେତା ମହେନ୍ଦ୍ର ପଢ଼ିଆରୀ, ଜିପୁ ମନ୍ତ୍ରୀ ପ୍ରମୁଖ ଯୋଗଦେଇ ସମ୍ପୃକ୍ତ ଘଟଣାବଳି ଉପରେ ସବିଶେଷ ବିଶ୍ଳେଷଣ କରିବାସହ ଏହି ଚଞ୍ଚକତା ଘଟଣାରେ ରାଜ୍ୟ ସରକାରଙ୍କ ନିରବତାକୁ ନେଇ ବର୍ଷିଥିଲେ। ସଂପୃକ୍ତ ଚିନିକଳକୁ ବନ୍ଧକ ପକାଇ ଏକ ଘରୋଇ କମ୍ପାନୀ ଚଞ୍ଚକତା ପୂର୍ବକ କୋଟି କୋଟି ଟଙ୍କାର ଋଣ କରିଛି ଏବଂ ଋଣ ନସୁଝିବା ଫଳରେ ଏଭଳି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି। ୧୯୯୧ରୁୁ ୨୦୦୪ ମସିହା ପର୍ଯ୍ୟନ୍ତ କୃୃଷିଭିତ୍ତିକ ଏହି ସମବାୟ ଶିଳ୍ପଟିକୁ ଲିଜ୍ ସୂତ୍ରରେ ନେଇ ତାମିଲନାଡୁର ଶକ୍ତି ସୁଗାର ନାମକ ଘରୋଇ କମ୍ପାନୀ ସୁଚାରୁ ରୂପେ ଚଳାଇବା ଏବଂ ଏହାପରେେ ଗୋଟିିଏ ବର୍ଷ ସମବାୟ ବିଭାଗ ପରିଚାଳନାରେ ସୁଚାରୁ ରୂପେ ଚାଲି ଲାଭଦାୟକ ଶିଳ୍ପ ପ୍ରମାଣିତ ହୋଇଥିବା ସ୍ଥଳେ କେଉଁ କାରଣରୁ ନବୀନ ସରକାର ଏହାକୁ ଶାଗମାଛ ଦରରେ ଅନ୍ୟ ଏକ ଘରୋଇ କମ୍ପାନୀକୁ ବିକିଦେବାକୁ ମସୁଧା କଲେ ସେନେଇ ଦଳ ପ୍ରଶ୍ନ ଉଠାଇଛି।

ସେହିଭଳି ବିକ୍ରୟ ହେବାପରଠୁ ଉକ୍ତ କମ୍ପାନୀର ପ୍ରଥମ କିସ୍ତି ବାବଦକୁ ଦେଇଥିବା ଚେକ୍ ବାଉନ୍ସ ହେବା, ଏନେଇ ଠକେଇ ମାମଲା ହେବା ଏବଂ ତାହା ସର୍ବୋଚ୍ଚ ନ୍ୟାୟାଳୟଙ୍କଠୁ ଆରମ୍ଭ କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ବିଚାରାଧୀନ ଥିବା ବେଳେ କିଭଳି ଭାବେ ଉକ୍ତ ଠକ କମ୍ପାନୀକୁ ଏତେ ଟଙ୍କାର ଋଣ ୟୁନିଅନ ବ୍ୟାଙ୍କ ଦେଲା ସେନେଇ ସାମ୍ବାଦିକ ସମ୍ମିଳନୀରେ ବିଜେପି ଏହି ମହାଦୁର୍ନୀତିର ସିବିଆଇ ତଦନ୍ତ ଦାବି କରିଛି। ସେହିଭଳି ଏହି ଋଣ ଜାଲିଆତି ଘଟଣା ଜଣାପଡିବାରେ ଇତିମଧ୍ୟରେ ସ୍ଥାନୀୟ ବିଧାୟକ ଭୁବନେଶ୍ୱରରେ ବିଭାଗୀୟ ମନ୍ତ୍ରୀ, ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ନେଇ ଚିନିକଳ ସଂକ୍ରାନ୍ତରେ ଯେଉଁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ନିକଟରେ କରିଛନ୍ତି ତୁରନ୍ତ ଏହାର ସ୍ପଷ୍ଟୀକରଣ ବିଧାୟକ ଦେବାକୁ ଦଳ ଦାବି କରିଛି। ଏକ ସପ୍ତାହ ମଧ୍ୟରେ ଉପୁଜିଥିବା ପରିସ୍ଥିତିର ନିରପେକ୍ଷ ତଦନ୍ତ ଏବଂ ଚିନିକଳ ସୁରକ୍ଷା ନେଇ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଗାମୀ ଦିନରେ ଗଣଧାରଣା ଦିଆଯିବା ସହିତ ଗାଁ ଗାଁରେ ଜନସମ୍ପର୍କ ପଦ ଯାତ୍ରା କରାଯାଇ ଆନ୍ଦୋଳନକୁ ବ୍ୟାପକ କରିବ ବୋଲି ଅନୁଷ୍ଠିତ ସାମ୍ବାଦିକ ସମିଳନୀରେ ଦଳ ତରଫରୁ ଚେତାବନୀ ଦିଆଯାଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories