ମଥୁରା ରାଧାରାଣୀଙ୍କ ମନ୍ଦିରକୁ ଫଟା ଜିନ୍ସ ସହ ଏହି ପୋଷାକ ପିନ୍ଧିଯିବା ମନା
ମଥୁରା- ମଥୁରାରେ ଥିବା ରାଧାରାଣୀଙ୍କ ମନ୍ଦିରର ପବିତ୍ରତା ପାଇଁ ପୋଷାକ ଉପରେ କଟକଣା ଜାରି କରାଯାଇଛି । ମନ୍ଦିରକୁ ଭାରତୀୟ ସଂସ୍କୃତିକୁ ସମ୍ମାନ କରି ପୋଷାକ ପରିଧାନ କରିବା ପାଇଁ ପରାମର୍ଶ ଦିଆଯାଇଛି ।
ରାଧାରାଣୀଙ୍କ ମନ୍ଦିରକୁ ଫଟା ଜିନ୍ସ, ବରମୁଡା ସର୍ଟ୍ସ ଏବଂ ମିନି ସ୍କର୍ଟ ପିନ୍ଧି ଦର୍ଶନ ପାଇଁ ଯିବାକୁ ବାରଣ କରାଯାଇଛି । ଏକ ସପ୍ତାହ ମଧ୍ୟରେ ଏହାକୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ସହ ରାତ୍ରୀ ପୋଷାକ ବା ନାଇଟ୍ ସୁଟସ୍କୁ ମଧ୍ୟ ବାରଣ କରାଯାଇଛି ।
ବିଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତି ବିଶେଷ ଆଧୁନିକତା ନାମରେ ବେଢଙ୍ଗ ପୋଷାକ ପିନ୍ଧି ଆସୁଥିବା ଦେଖିବା ପାଇଁ ମିଳୁଥିଲା । ପୂର୍ବରୁ ରାଧାଦାମୋଦର ମନ୍ଦିର ଏବଂ ବିରୁଆ ବଡି ମନ୍ଦିରରେ ମଧ୍ୟ ପୋଷାକ ଉପରେ କଟକଣା ଜାରି କରାଯାଇଛି ।
Comments are closed.