www.samajalive.in
Monday, December 8, 2025
17.1 C
Bhubaneswar

ଯୋଗଦେଲେ ମୁକେଶ ଅମ୍ବାନୀଙ୍କ ସମେତ ବହୁ ବିଶିଷ୍ଟ ଶିଳ୍ପପତି

ଭୁବନେଶ୍ୱର: ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍ ୨୦୧୮ର ଦ୍ୱିତୀୟ ଦିବସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିଛନ୍ତି। ଆଜିର ଦିବସର ମୁଖ୍ୟାଂଶ ରହିଛି ‘ବିଜିନେସ୍‍ ଲିଡରସିପ୍‍।’ ଏହି ସେସନ୍‍ରେ ଯୋଗ ଦେଇଛନ୍ତି ରିଲାଏନ୍‍ସ ଗ୍ରୁପ୍‍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ଅଦାନୀ ଗ୍ରୁପ୍‍ର ଅଧ୍ୟକ୍ଷ ଗୌତମ ଆଦାନୀ, ବିର୍ଲା ଗ୍ରୁପ୍‍ର ଅଧ୍ୟକ୍ଷ କୁମାର ମଙ୍ଗଳମ୍‍ ବିର୍ଲା, ଜିନ୍ଦଲ୍‍ ଗ୍ରୁପ୍‍ର ଅଧ୍ୟକ୍ଷ ନବୀନ ଜିନ୍ଦଲ୍‍, ଜାପାନ ରାଷ୍ଟ୍ରଦୂତ ପ୍ରମୁଖ। ଦ୍ୱିତୀୟ ଦିବସ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ କୁମାର ପାଢ଼ୀ କହିଲେ ଯେ ଓଡ଼ିଶାରେ ବ୍ୟବସାୟ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ବିପୁଳ ସୁଯୋଗ ରହିଛି। ରାଜ୍ୟ ସରକାର ସମସ୍ତ ପ୍ରକାର ଭିତ୍ତିଭୂମି ଓ ଆନୁଷଙ୍ଗିକ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ସୁଯୋଗର ସଦୁପଯୋଗ କରିବାକୁ ସେ ଶିଳ୍ପପତିଙ୍କୁ ଆହ୍ୱାନ ଦେଇଛନ୍ତି। ଅନୁରୋଧ ରକ୍ଷା କରି ଶିଳ୍ପପତି ମାନେ ଯୋଗ ଦେଇଥିବାରୁ ଶ୍ରୀ ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶିଳ୍ପ ସଚିବ ସଞ୍ଜିବ ଚୋପ୍ରା ଓଡ଼ିଶା ଶିଳ୍ପାୟନର ଇତିହାସ, ପ୍ରଗତି ଓ ସମ୍ଭାବନା ଓ ସରକାରଙ୍କ ସିଙ୍ଗଲ୍‍ୱିଣ୍ଡୋ ସୁବିଧା ସମ୍ପର୍କରେ ଆଲୋକପାତ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories