www.samajalive.in
Monday, December 8, 2025
27.1 C
Bhubaneswar

ଉତ୍କଳମଣିଙ୍କ ପୂଣ୍ୟତିଥି ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଫୁଲବାଣୀ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ପୂଣ୍ୟତିଥି ଅବସରରେ ଫୁଲବାଣୀ ସମାଜ ପରିବାର ପକ୍ଷରୁ ସ୍ଥାନୀୟ ରକ୍ତଭଣ୍ଡାର ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଉପଜିଲାପାଳ ଶେଷଦେବ ମିଶ୍ର ଯୋଗଦେଇ ଉଦଘାଟନ କରିବା ସହିତ ନିଜେ ରକ୍ତଦାନ କରି ଶିବିର ଶୁଭାରମ୍ଭ କରିଥିଲେ। ରକ୍ତ ଭଣ୍ଡାର ଦାୟିତ୍ୱରେ ଥିବା ଡାକ୍ତର ସବିତା ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ସମେତ ପ୍ରଥମଥର ପାଇଁ ୪ ଜଣ ଯୁବକ ଓ ଯୁବତୀ ରକ୍ତଦାନ କରିଥିଲେ। ମୋଟ ୩୧ ୟୁନିଟ୍‌‌ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଏହି ଅବସରରେ ନୂତନ ଭାବେରକ୍ତଦାନ କରିଥିବ ଯୁବକ ଓ ଯୁବତୀଙ୍କୁ ଫୁଲତୋଡ଼ା ଓ ପ୍ରମାଣପତ୍ର ଦେଇ ଅତିଥିମାନଙ୍କ ଦ୍ୱାରା ଉତ୍ସାହିତ କରାଯାଇଥିଲା। କନ୍ଧମାଳ ଜିଲା ସମାଜ ପ୍ରତିନିଧି ଅଶୋକ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଅନ୍ୟଅତିଥିମାନଙ୍କ ମଧ୍ୟରେ ଫୁଲବାଣୀ ପୌର ପରିଷଦର ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଜିଲା ଯୋଗାଣ ଅଧିକାରୀ ଅନାଥ ଚରଣ ସ୍ୱାଇଁ, ବରିଷ୍ଠ ଆଇନଜୀବି ସତ୍ୟନାରାୟଣ ବେହେରା, ଜନସ୍ୱାସ୍ଥ୍ୟ ବିଭାଗର ଲୋକ ସଂପର୍କ ଅଧିକାରୀ ଧର୍ମେନ୍ଦ୍ର ତାଣ୍ଡି, ସହକାରୀ ଉପଜିଲାପାଳ ବିକେକାନନ୍ଦ ସାମଲ ଓ ସ୍ୱାତୀ ଅନୁଷ୍ଠାନର ବରିଷ୍ଠ କର୍ମୀ ପ୍ରଦୀପ ସ୍ୱାଇଁ, ରକ୍ତଦାନ ସମିତିର ସହ ସଂପାଦକ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଅତିଥିଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ରକ୍ତଭଣ୍ଡାରର କର୍ମଚାରୀ ପ୍ରଶାନ୍ତ କୁମାର ରତନାଳୁ, ସୁଜିତ୍‌‌ କୁମାର ସାହୁ , ଅର୍ଚ୍ଚନା ପ୍ରଧାନ, ବରୁଣ ବେହେରା, ସାକିତରାଣି ନାୟକ ପ୍ରମୁଖ ରକ୍ତସଂଗ୍ରହ କରିଥିଲେ। ପରିଚାଳନାରେ ଟିମ୍‌‌ ହ୍ୟୁମାନିଟର ଆବାହକ ଭି.ଲୋକନାଥ ରାଜୁ, ସଂପାଦକ ଭି.ଜଗନ୍ନାଥ ରାଜୁଙ୍କ ସମେତ ସ୍ୱେଚ୍ଛାସେବୀ ସସ୍ମିତା ସାହୁ, ଜ୍ୟେର୍ତିମୟୀ ରଣା , ମହେଶ୍ୱର ପାତ୍ର, ଆରନ ନାୟକ, ରବୀନ୍ଦ୍ର ମହାରଣା, ରିତେଶ୍‌‌ ସାହୁ, ଅସିତ୍‌‌ କୁମାର ମେକପ୍‌‌, ଅନୁପ ବିକ୍ରମ ପାତ୍ର ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।

- Advertisement -

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories