www.samajalive.in
Monday, December 8, 2025
27.1 C
Bhubaneswar

ଦାରିଙ୍ଗବାଡ଼ିରେ ମୃଦୁ ଭୂମିକମ୍ପ

ବାଲିଗୁଡ଼ା : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ସ୍ଥାନରେ ଆଜି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଶନିବାର ପୂର୍ବାହ୍ନ ୧୦ଟା ୩୨ ମିନିଟରେ ପାଖାପାଖି ୭ ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଘରଦ୍ୱାର ଥରି ଉଠିଥିଲେ ହେଁ କୌଣସି କ୍ଷୟକ୍ଷତିର ରିପୋର୍ଟ ହସ୍ତଗତ ହୋଇନି। ଭୂମିକମ୍ପ ସମୟରେ ଘରର ଆସବାବପତ୍ର ଦୋହଲିବାରୁ ଲୋକେ ଭୟଭୀତ ହୋଇ କାଳବିଳମ୍ବ ନକରି ପଦାକୁ ଚାଲି ଆସିଥିଲେ। ଦାରିଙ୍ଗବାଡିରେ ଦୁଇଦିନିଆ ଶାନ୍ତି ମହୋତ୍ସବ ପାଳନ ହେଉଥିବାରୁ ସେଠାକୁ ଜିଲା ଏବଂ ଜିଲା ବାହାରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଛି।
ମୃଦୁ ଭୂମିକମ୍ପ ଯୋଗୁ ଚାରିଆଡେ ଭୟର ବାତାବରଣ ଖେଳି ଯାଇଥିଲା। ଦାରିଙ୍ଗବାଡି, ସିମନବାଡି, ଗଦାପୁର, ଶିକରମାହା, କିରିକୁଟି, ତିଲୋରି, ବୁଡାଗୁଡା, ବାତାପାଙ୍ଗା, ଗ୍ରୀନବାଡି, ପର୍ତ୍ତମାହା ଆଦି ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା। ଗତବର୍ଷ ଏହି ଅଞ୍ଚଳରେ ଏଭଳି ବାରମ୍ବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories