www.samajalive.in
Tuesday, December 9, 2025
16.1 C
Bhubaneswar

ବିକଳାଙ୍ଗଙ୍କ ଭତ୍ତା ଟଙ୍କା ଖାଇଲା କିଏ ? ଗୁମର ଖୋଲୁଛି ବ୍ୟାଙ୍କ ଆକାଉଣ୍ଟ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଖାରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବେଲବାହାଲି ଗ୍ରାମର ସଚିନ ଡାଙ୍ଗ, ବୟସ ତାଙ୍କର୧୫ ବର୍ଷ । ମାନସିକ ତଥା ଶାରୀରିକ ବିକଳାଙ୍ଗ ଯୋଗୁଁ ଚଲାବୁଲା କରିପାରନ୍ତି ନାହିଁ କି କଥା ବି କହି ପାରନ୍ତି ନାହିଁ। ତେଣୁ ଭିନ୍ନକ୍ଷମ ହିସାବରେ ସେ ଜଣେ ମଧୁବାବୁ ପେନସନ ଯୋଜନାର ହିତାଧିକାରୀ। ତାଙ୍କୁ ଗତ ୨୦୨୧ ଡିସେମ୍ବର ମାସରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସରକାରୀ ସ୍ତରରେ କାର୍ଡ ପ୍ରଦାନ କରାଯାଇଥିଲା । କାର୍ଡରେ ଗତ ୨୦୨୨ ମସିହା ଜାନୁଆରୀ ୩ ତାରିଖରେ ତାଙ୍କୁ ୭୦୦ ଟଙ୍କା ମିଳିଥିବା ଦର୍ଶାଯାଇଛି। ତା’ ପରବର୍ତ୍ତୀ ସମୟରେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଭତ୍ତା ଟଙ୍କା ମିଳିଥିବା ତାଙ୍କ ବାପା ପ୍ରକାଶ କରିଛନ୍ତି, କିନ୍ତୁ ୭୦୦ ବଦଳରେ ମିଳୁଛି ୫୦୦ ଟଙ୍କା। ସେ ପୁଣି ଜୁଲାଇ ମାସରୁ ନଭେମ୍ବର ମାସ ପର୍ଯ୍ୟନ୍ତ ୫୦୦ ଟଙ୍କା ଲେଖାଏଁ ସଚିନଙ୍କ ପାସବହିରେ ଜମା ଅଛି। ପୁଣି ୨୦୨୩ ମସିହାର ଜାନୁଆରୀ ମାସରେ ୫୦୦ ଟଙ୍କା ଜମା ହୋଇଛି। ୨୦୨୨ ମସିହାର ୫ ମାସର ଓ ୨୦୨୩ ମସିହାର ଫେବୃଆରୀ ମାସରୁ ଆଜି ସୁଦ୍ଧା ଟଙ୍କା ଜମା ହୋଇ ନ ଥିବା କହିଛନ୍ତି ଭିନ୍ନକ୍ଷମ ସଚିନଙ୍କ ବାପା । ତେବେ ଏହି ଟଙ୍କା ଗଲା କୁଆଡେ ? କିଏ ଖାଇଲା ଏହି ଟଙ୍କା । ବିଭାଗୀୟ ସରକାରୀ କର୍ମଚାରୀଙ୍କ ପକେଟକୁ ଯାଇଛି ନା ଟଙ୍କା ଭୂତ ଖାଇଛି କିଏ ଦେବ ଏହାର ଜବାବ? ବିକଳାଙ୍ଗ ଭତ୍ତା ବି ଖାଇଯାଉଛନ୍ତି ସଳଖ ସୁନ୍ଦର ମଣିଷ । ତେବେ ଅନ୍ୟ ବୃଦ୍ଧ, ବୃଦ୍ଧା ତଥା ଅଶିକ୍ଷିତ ଲୋକମାନଙ୍କ କ୍ଷେତ୍ରରେ ଆଉ କ’ଣ ନ ହେଉଥିବ କିଏ କହିବ ? ବର୍ତ୍ତମାନ ସଚିନଙ୍କ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ହେଉଥିବା ବେଳେ ଏହି ଭତ୍ତା ଟଙ୍କା ଉପରେ ଆଶା ବାନ୍ଧିଥିଲେ ସଚିନଙ୍କ ବାପା । କିନ୍ତୁ ଭତ୍ତା ଟଙ୍କା କମ୍ ମିଳିବା ସାଙ୍ଗକୁ ପ୍ରତି ମାସରେ ମିଳୁ ନଥିବା ନେଇ ବଡ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ଆଦିବାସୀ ପରିବାର। ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ସମସ୍ତ ବିକଳାଙ୍ଗଙ୍କ ପାଇଁ ୭୦୦ ଟଙ୍କା ଭତ୍ତା ସରକାର ଧାର୍ଯ୍ୟ କରିଥିବା ବେଳେ ସଚିବଙ୍କୁ କାହିଁକି ୫୦୦ ଟଙ୍କା ମିଳୁଛି ? ଏନେଇ ପରିବାର ବର୍ଗ ଅନେକ ଥର ପଞ୍ଚାୟତ ଅଫିସ ତଥା ବ୍ଲକ ଅଫିସରେ ମଧ୍ୟ ଜଣାଇ ସାରିଛନ୍ତି। ହେଲେ କେହି ତାଙ୍କ ସମସ୍ୟାର ସମାଧାନ କରି ନଥିବା ବଡ ପରିତାପର ବିଷୟ। ବାକି ମାସର ଟଙ୍କା ହଡ଼ପ ହେବା ପଛରେ କାରଣ କଣ? ସଚିନଙ୍କୁ ମିଳିଥିବା ହ୍ବିଲ ଚେୟାର ମଧ୍ୟ ଭାଙ୍ଗି ଗଲାଣି । ଦୁଃଖ ବୁଝିବ କିଏ ?

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories