www.samajalive.in
Monday, December 8, 2025
27.1 C
Bhubaneswar

ବିଜୁଜନତା ଦଳର ମିଶ୍ରଣ ପର୍ବ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକର ଶିକରପାଇ ଗ୍ରାମ ପଞ୍ଚାୟତର ସଦର ଡଙ୍ଗରିଆ ସାହିର ମୋଟ ୭୦ ପରିବାର ଆଜିକାର ବିଜେଡି ମିଶ୍ରଣ ପର୍ବରେ ଯୋଗଦେଇ ବିଜେଡିରେ ସାମିଲ ହୋଇଥିବା ଜଣାପଡିଛି। ଏହି ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ଆଦିବାସୀ,ହରିଜନ,ପଛୁଆ ବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରାକା ସମ୍ମାନୀୟ ଅତିଥି ରୂପେ ବିଜୁ ଜନତା ଦଳ ଜିଲ୍ଲା ସଭାପତି ତଥା ରାଜ୍ୟ ସଦସ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ,ଅତିଥି ରୂପେ ବ୍ଳକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା,ଅତିଥି ରୂପେ ବିଜୁ ଜନତା ଦଳ ଜିଲ୍ଲା ଯୁବ ସଭାପତି ଦେବାଶିଷ ଖାଡାଙ୍ଗା ବିଜେଡ଼ି ବ୍ଳକ ସଭାପତି ସୁନ୍ଦର ରାଓ ବାଗ, ଆଦିବାସୀ ଉନ୍ନୟନ ପରିଷଦର ଜିଲ୍ଲା ଉପସଭାପତି ବନମାଲି କାଡ୍ରାକା ବ୍ଳକ ଉପଧ୍ୟକ୍ଷ ଡମ୍ବୁରୁ କଞ୍ଜ।କା,ବିଧାୟକ ପ୍ରତିନିଧି ବୃନ୍ଦାବନ ପାଢ଼ୀ,ଈଶ୍ୱର ଗୋପାଳ ଚେଠି ମଞ୍ଚାସିନ ରହିଥିବା ବେଳେ ମୁଖ୍ୟଭକ୍ତା ଭାବେ ଶଙ୍କର ହୁଈକା ମଞ୍ଚାସିନ ରହି  ସମସ୍ତ ଅତିଥିଙ୍କୁ  ସ୍ଵାଗତ କରିଥିଲେ। ବିଜୁ ଜନତା ଦଳ ଉପ ଦେଷ୍ଟା ଶ୍ରୀ ଦାସ ତାଙ୍କର ଭକ୍ତବ୍ୟରେ କହିଥିଲେ, ଜନତା ଦଳର ୨୪ ବର୍ଷ ଶାସନ ଉପଲକ୍ଷେ କଲ୍ୟାଣସିଂହପୁର ବ୍ଳକ ଯାତାୟତର ସୁବିଧା ପାଇଁ ଶିକରପାଇ ପଞ୍ଚାୟତର ସାଜା ଗାଁକୁ ପୋଲ ନିର୍ମାଣ ଓ ପୂଜାରିଗୁଡା ଠାରୁ କ୍ରିଷ୍ଣା ପାତ୍ରଗୁଡାକୁ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ଶିକରପାଇ ପଞ୍ଚାୟତବାସୀ ସମେତ ବ୍ଲକର ବିଜୁ ଜନତା ଦଳର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories