ବଡ଼ସାହି: ଦୁର୍ଗାପୁର ପଞ୍ଚାୟତ ତ୍ରୀଳୋଚନପୁର ଗ୍ରାମର ବିଜୟ ସିଂଙ୍କ ପୁଅ ଲେଖୁନ(୨୪) ବିଷପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବଡ଼ସାହି ପୁଲିସ୍ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। କୌଣସି କାରଣରୁ ଲେଖୁନ ଗୁରୁବାର ଘରେ ଥିବା କୀଟନାଶକ ବିଷ ପିଇ ଦେଇଥିଲେ। ଗୁରୁତର ଅସୁସ୍ଥ ଅବସ୍ଥାରେ ତାଙ୍କୁ ପରିବାର ଲୋକେ ପ୍ରଥମେ ବେତନଟୀ ପରେ ବାରିପଦା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Popular Categories



