www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟ କ୍ୟାବିନେଟ୍‌‌ ବୈଠକ : ୧୮ ପ୍ରସ୍ତାବ ଉପରେ ଲାଗିଲା ମୋହର

ଭୁବନେଶ୍ୱର : ଲୋକସେବା ଭବନରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍‌‌ ବୈଠକ। ଆଜି ବିଜେଡିର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂତ୍ତି। କ୍ୟାବିନେଟ୍‌‌ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ବେଳେ ମୋଟ୍‌‌ ୧୮ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
ବୈଠକରେ ୧୮ଟି ପ୍ରସ୍ତାବକୁ କ୍ୟାବିନେଟ୍‌‌ ମୋହର ମିଳିଛି।

‘ମୋ ଘର’ଯୋଜନାକୁ କ୍ୟାବିନେଟ୍‌‌ର ଅନୁମୋଦନ ମିଳିଛି। ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ସହାୟତା ଯୋଜନା ‘ମୋ ଘର’।

- Advertisement -

ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁରୀ। ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପାଇଁ ୩୩୦.୧୭ କୋଟି ମଞ୍ଜୁରୀ।

ବଲାଙ୍ଗୀର ଜିଲାରେ ୬ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ।

୨୨୨ ଗାଁର ୧.୬୧ ଲକ୍ଷ ଲୋକ ପାନୀୟ ଜଳ ସୁବିଧା ପାଇବେ।

ଗଜପତିର ୨ଟି ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।ଏଥିପାଇଁ ଖର୍ଚ୍ଚ ହେବ ୩୭୯.୧୭ କୋଟି।

ଭିଏସଏସୟୁଟିର ଉନ୍ନତୀକରଣ ପାଇଁ ୨୦୦୦ କୋଟିକୁ ମିଳିଲା ଅନୁମୋଦନ।

ବେସରକାରୀ ଓ ଜୁନିଅର କଲେଜରେ ଲାଇବ୍ରେରୀ ଆଟେଣ୍ଡାଣ୍ଟ ପଦବୀକୁ ମଞ୍ଜୁରୀ।

୩୫୦ରୁ ଅଧିକ ପିଲା ପଢୁଥିବା କଲେଜକୁ ଜଣେ ଲାଇବ୍ରେରୀ ଆଟେଣ୍ଡାଣ୍ଟ।

ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ ପ୍ରସ୍ତାବକୁ ମଞ୍ଜୁରୀ।

ଚକ ଜମି ନେଇ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି.. ଚକ ଜମିକୁ ବିକ୍ରୟ ବା ବିଭାଜନ କରିପାରିବେ ଜମି ମାଲିକ ।

ଚକଭୁକ୍ତ ଜମିକୁ କରି ବିକ୍ରି କରାଯାଇ ପାରିବ। ପୂର୍ବରୁ ରହିଥିବା ଚକ ଜମି ବିଭାଜନ ଅବୈଧ ନିୟମ ରଦ୍ଦ।

କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁଃପାଶ୍ୱର୍ ବିକଶିତ ଓ ଆକର୍ଷଣୀୟ କରାଯିବ। ଏ ସମ୍ପର୍କୀତ ପ୍ରସ୍ତାବକୁ ମିଳିଛିୁ ମୋହର।

ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ବିକଶିତ,ଆକର୍ଷଣୀୟ କରାଯିବ।

ବିକାଶ କାର୍ଯ୍ୟ ପାଇଁ ୨୦୯ କୋଟି ୭୩ ଲକ୍ଷ ଟଙ୍କାକୁ ମଞ୍ଜୁରୀ।

ଏକାମ୍ର କ୍ଷେତ୍ରର ବିକାଶ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ।

ପୁରୁଣା ଭୁବନେଶ୍ୱର ବିଭିନ୍ନ ପ୍ରାଚୀନ ସ୍ମାରକୀ ପୁନରୁଦ୍ଧାର ହେବ।

୧୮ ମାସରେ କାମ ସରିବ.. ଖର୍ଚ୍ଚ ହେବ ୧୫୬ କୋଟି ୨୧ ଲକ୍ଷ

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories