www.samajalive.in
Monday, December 8, 2025
27.1 C
Bhubaneswar

୩୩ ବର୍ଷ ସଜା କାଟିବା ପରେ ନିର୍ଦୋଷରେ ଖଲାସ ହେଲେ

ନ୍ୟୁୟର୍କ – ଜଣେ ବ୍ୟକ୍ତି ଆମେରିକାରେ ୩୩ ବର୍ଷ ସଜ୍ଜା କାଟିବା ପରେ ଏବେ ନିର୍ଦୋଷରେ ଖଲାସ ହୋଇଛନ୍ତି । ସେ ଏକ ହତ୍ୟା ଉଦ୍ୟମ ମାମଲାରେ ଜେଲ୍‌ରେ ଥିଲେ । ମାତ୍ର ଏହି ଘଟଣା ବେଳେ ସେ ଉପସ୍ଥିତ ନଥିବା ଏବେ ପ୍ରମାଣିତ ହୋଇଛି ।

ଡାନିଏଲ୍‌ ସାଲଡୋନା ନାମକ ବ୍ୟକ୍ତିଙ୍କୁ ୧୯୯୦ ମସିହାରେ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରାଯାଇଥିଲା । ସ୍କୁଲ୍‌ ପିଲା ଆସୁଥିବା ଏକ ଭ୍ୟାନ ଉପରକୁ ସେ ଗୁଳି ଚଳାଇବା ଅଭିଯୋଗରେ ଗିରଫ ହୋଇଥିଲ । ଏଥିରେ ଦୁଇ ଜଣ ଛାତ୍ର ଆହତ ହୋଇଥିଲେ । ପୁଲିସ ଗୁଳି ଚଳାଇବା ଘଟଣାରେ ଗିରଫ କରିଥିଲା । ସେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଥିଲେ ।

- Advertisement -

ମାତ୍ର ୩୩ ବର୍ଷପରେ ସେ ଦୋଷମୁକ୍ତ ହୋଇଛନ୍ତି । ଜେଲ୍‌ରୁ ବାହାରିବା ପରେ ଡାନିଏଲ୍‌ ସବୁ ଦିନ ତାଙ୍କ ପାଇଁ ବେଶ୍‌ କଷ୍ଟ ଦାୟକ ଥିବା କଥା କହିଛନ୍ତି । ପ୍ରତିଦିନ ଉଠିବ ସମୟରେ ସେ ନିର୍ଦୋଷ ଥିବା କଥା ଏବଂ ବିନା ଦୋଷରେ ସଜା କାଟିବା କଥା ଭାବୁ ଥିଲେ। ସେହି ସମୟରେ ଡାନିଏଲ୍‌ ନିର୍ମାଣ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ଏହା ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିଲା । ୨୨ ବର୍ଷ ବୟସରେ ଡାନିଏଲ୍‌ ବିନା ଦୋଷରେ ଗିରଫ ହୋଇଥିଲେ । ତାଙ୍କୁ ୪୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା ।

ଏହି ଘଟଣାରେ ସଜା ପାଉଥିବା ଆଉଜଣେ ଅପରାଧୀ ଡାନିଏଲ୍‌ ସେହି ଘଟଣାରେ ସାମିଲ ନଥିବା ଏବଂ ସେହି ଦିନ ସେଠାରେ ନଥିବା କଥା ୨୦୧୭ ମସିହାରେ ଅଦାଲତଙ୍କୁ ଜଣାଇଥିଲେ । ଏହାପରେ ପୁଣି ଥିରେ ତଦନ୍ତ ଆରମ୍ଭ ହୋଇଥିଲା । ୬ ବର୍ଷପରେ କୋର୍ଟତାଙ୍କୁ ନିର୍ଦୋଷ ଘୋଷଣା କରିଛି ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories