www.samajalive.in
Sunday, December 7, 2025
15.1 C
Bhubaneswar

ଆଜି ଝାରସୁଗୁଡ଼ାରେ ପହଞ୍ଚିବେ ମହାନଦୀ ନ୍ୟାୟାଧିକରଣ ଦଳ,କାଲିଠୁ ଅବବାହିକା ପରିଦର୍ଶନ

ନୂଆଦିଲ୍ଲୀ/ଝାରସୁଗୁଡ଼ା : ମହାନଦୀ ଜଳ ବିବାଦ ସମାଧାନ ଲାଗି ନ୍ୟାୟାଧିକରଣ (ଟ୍ରାଇବୁନାଲ) ଅଧ୍ୟକ୍ଷ ବିଚାରପତି ଏ ଏମ ଖାଣ୍ଡିଲକରଙ୍କ ନେତୃତ୍ୱରେ ବିଚାରପତି ରବି ରଞ୍ଜନ ଏବଂ ବିଚାରପତି ଇନ୍ଦରମିତ କୌର କୋଚ୍ଚରଙ୍କ ତିନି ଜଣିଆ ଦଳ ଓଡ଼ିଶାରେ ମହାନଦୀ ଅବବାହିକା କ୍ଷେତ୍ର ପରିଦର୍ଶନ ଲାଗି  ଶୁକ୍ରବାର ସନ୍ଧ୍ୟାରେ ଝାରସୁଗୁଡ଼ାରେ ପହଞ୍ଚିବେ। ଟ୍ରାଇବୁନାଲ ମେ ୨୦ରୁ ୨୮ ମଧ୍ୟରେ ଓଡ଼ିଶାରେ ମହାନଦୀର ଉଭୟ ଅପର ଅବବାହିକା ଓ ନିମ୍ନ ଅବବାହିକା ଅଞ୍ଚଳ ଅନୁଧ୍ୟାନ କରିବେ। ହୀରାକୁଦରେ ରାତ୍ରି ରହଣି ପରେ ୨୦ ଶନିବାର ହୀରାକୁଦ ଜଳଭଣ୍ଡାର, ବୁର୍ଲା ପାୱାର ହାଉସ, ପ୍ରସ୍ତାବିତ ମହାନଦୀ ଏବଂ ବ୍ରାହ୍ମଣୀ ନଦୀ ସଂଯୋଗୀକରଣ ଯୋଜନା, ପର୍ବତଗିରି ରାମ୍ପିଆ ମେଗା ଉଠାଜଳସେଚନ ପ୍ରକଳ୍ପ- ୧ ଓ ୨ ପରିଦର୍ଶନ କରିବେ।

୨୧ ତାରିଖରେ ଚିପିଲିମା ପାୱାର ହାଉସ, ହୀରାକୁଦ କମାଣ୍ଡ ଏରିଆ, ବରଗଡ଼ କେନାଲ, ଅତାବିରା ଶାଖା କେନାଲ ଓ ପ୍ରସ୍ତାବିତ ଅତିରିକ୍ତ ସ୍ପିଲୱେ, ମେ ୨୨ରେ ହୀରାକୁଦ ଜଳଭଣ୍ଡାରରୁ ଶିଳ୍ପସଂସ୍ଥାଙ୍କ ଜଳଉଠାଣ ଅଞ୍ଚଳ ଓ ସୁନ୍ଦରଗଡ଼ ଠାରେ ପ୍ରସ୍ତାବିତ ଇବ୍‌‌ ନଦୀ ଜଳଭଣ୍ଡାର, ମେ ୨୩ରେ ସାଇପଲା ଡ୍ୟାମ ଓ ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ, ମେ ୨୪ରେ ସାତକୋଶିଆ ଏବଂ ଟିକରପଡ଼ା ଠାରେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ଦ୍ୱାରା ସ୍ଥାପିତ ଜଳପ୍ରବାହ ମାପ କେନ୍ଦ୍ର ବୁଲି ଦେଖିବେ। ମେ ୨୫ରେ ଟ୍ରାଇବୁନାଲ ବିଚାରପତି ଦଳଙ୍କ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କାର୍ଯ୍ୟକ୍ରମ ରହିଛି।
ଦ୍ୱିତୀୟ ପର୍ଯ୍ୟାୟରେ ମେ ୨୬ରେ ମହାନଦୀ ତ୍ରିକୋଣଭୂମି ଅଞ୍ଚଳ, ମୁଣ୍ଡଳି ଓ ସାପୁଆ ନଦୀର ମହାନଦୀ ମୁହାଣ ଅଞ୍ଚଳ, କାଠଯୋଡ଼ି ନଦୀ ଓ ନରାଜ ବ୍ୟାରେଜ, ମହାନଦୀ ଓ ବିରୁପା ବ୍ୟାରେଜ ଏବଂ କଟକ ଜୋବ୍ରା ସ୍ଥିତ ନୌବାଣିଜ୍ୟ ସଂଗ୍ରାହଳୟ, ମେ ୨୭ରେ ସାତପଡ଼ା ଠାରେ ଚିଲିକା ହ୍ରଦ ଓ ଗବକୁ୍‌‌ଣ୍ଡ ଠାରେ ସମୁଦ୍ର ସହ ଚିଲିକା ହ୍ରଦର ମୁହାଣ ଅଞ୍ଚଳ, ମେ ୨୮ରେ ଦୟା ଓ ଭାର୍ଗବୀ ନଦୀ, କୋଣାର୍କ ନିକଟସ୍ଥ କୁଶଭଦ୍ରା ନଦୀର ସମୁଦ୍ରରେ ମୁହାଣ ଅଞ୍ଚଳ ଏବଂ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କାର୍ଯ୍ୟକ୍ରମ ରହିଛି। ସେହିଦିନ ସଂଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରୁ ଟ୍ରାଇବୁନାଲ ବିଚାରପତି ଦଳ ଦିଲ୍ଳୀ ଫେରିଯିବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories