BJD Bijuli 480×75 Mob

ସିସୋଦିଆଙ୍କୁ ଅଦାଲତି ଝଟ୍‌କା; ପୁଣି ବଢିଲା ନ୍ୟାୟିକ ହେପାଜତ ଅବଧି

BJD Bijuli 480×75 Mob

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରାଉଜ୍‌ ଆଭେନ୍ୟୁ କୋର୍ଟରୁ ପୁଣି ଝଟ୍‌କା ଲାଗିଛି। ତାଙ୍କ ନ୍ୟାୟିକ ହେପାଜତ ଅବଧିକୁ ମେ’ ୨୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଅଦାଲତ। ହେପାଜତ ଅବଧି ବୃଦ୍ଧି କରିବା ସହ ରାଉଜ୍‌ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କୁ ଚାର୍ଜସିଟ୍‌ର ଏକ ଇ-କପି ପ୍ରଦାନ କରିବାକୁ ଇଡିକୁ କହିଛନ୍ତି। ନ୍ୟାୟିକ ହେପାଜତ ଅବଧି ଶେଷ ହେବା ପରେ ସୋମବାର ସିସୋଦିଆଙ୍କୁ କୋର୍ଟରେ ହାଜର କରାଯାଇଥିଲା।

ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇ ମନୀଷ ସିସୋଦିଆଙ୍କୁ ଫେବୃୟାରୀ ୨୬ ତାରିଖରେ ଦୀର୍ଘ ସମୟ ପଚରାଉଚରା କରିବା ପରେ ଗିରଫ କରିଥିଲା। ମନୀଷ ଏବେ ତିହାର ଜେଲ୍‌ରେ ଅଛନ୍ତି। ଅପରପକ୍ଷେ, ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଅର୍ଥ ହେରଫେରର ଯାଞ୍ଚ କରୁଛି।

 

Comments are closed.