www.samajalive.in
Sunday, December 7, 2025
15.1 C
Bhubaneswar

ତ୍ୱଚା ତେଲିଆ ଓ ମୁହଁରେ ବ୍ରଣ ହେଉଥିଲେ..

ତ୍ୱଚା ତେଲିଆ ଓ ମୁହଁରେ ବ୍ରଣ ହେଉଥିଲେ, ପାଚିଲା ଅମୃତଭଣ୍ଡା ବଟା, ଚନ୍ଦନ ପାଉଡର କିମ୍ବା ମୁଲତାନି ମାଟି, ମହୁକୁ ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁ ଏବଂ ବେକରେ ଲଗାଇ ୨୦ ମିନିଟ୍ ରଖିବା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ସପ୍ତାହକୁ ଥରେ ଏହି ପ୍ୟାକ୍ ବ୍ୟବହାର କରିବାଦ୍ୱାରା ଆପଣଙ୍କ ତ୍ବଚାର ତେଲିଆ ପଣ କମିଯିବ, ବ୍ରଣ ସମସ୍ୟା ଦୂର ହେବ ଏବଂ ମୁହଁ ଉଜ୍ବଳ ଦେଖାଯିବ।

ମୁହଁ ପାଇଁ ମହୁ ଖୁବ୍ ଲାଭଦାୟକ ହୋଇଥାଏ। ମାତ୍ର ଗୋଟିଏ ବୁନ୍ଦା ମହୁ ଆଣି ସେଥିରେ ସାମାନ୍ୟ ଗୋଲାପ ଜଳ ମିଶ୍ରଣ କରି ତାହାକୁ ମୁହଁରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମାଲିସ କରନ୍ତୁ। ମୁହଁ ସଫା ରହିବା ସହ ନରମ ମଧ୍ୟ ଲାଗିବ।

- Advertisement -

ହଳଦୀ ମଧ୍ୟ ତ୍ବଚା ପାଇଁ ବହୁତ ଉପକାରୀ। ଆପଣ ସାମାନ୍ୟ ହଳଦୀଗୁଣ୍ଡ ହାତରେ ନିଅନ୍ତୁ। ସେଥିରେ ଟିକେ ମହୁ ଓ ପାଣି ମାଶାଇ ମିଶ୍ରଣ କରି ମୁହଁରେ ଲେପ ଦିଅନ୍ତୁ। ଲେପ ଶୁଖିଯିବା ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ଚେହେରାରେ ଉଜ୍ୱଳତା ଆଣିଥାଏ।

ଫଳ, ପରିବା, ଦୁଗ୍ଧ ଜାତୀୟ ଖାଦ୍ୟ ନିଶ୍ଚୟ ଖାଆନ୍ତୁ। ଫଳରେ ତ୍ୱଚା ଚିକ୍କଣ ଦେଖାଯିବ। ଚେହେରା ମଧ୍ୟ ଚମକିବ। କଲରା, ଲାଉ ଏବଂ ଗାଜର ରସ ପିଇବା ମଧ୍ୟ ତ୍ବଚା ପାଇଁ ଖୁବ୍ ଲାଭଦାୟକ।

ମଝିରେ ମଝିରେ ଗରମ ପାଣିରେ ମୁହଁକୁ ବାମ୍ଫ ଦିଅନ୍ତୁ। ଫଳରେ ଆପଣଙ୍କ ମୁହଁରେ ଥିବା ଧୂଳିକଣିକା ବାହାରିଯିବ ଏବଂ ଆପଣଙ୍କ ମୁହଁ ପୂର୍ବପେକ୍ଷା ଉଜ୍ୱଳ ଦିଶିବ। ସପ୍ତାହକୁ ଥରୁଟିଏ ଏହି ବାମ୍ଫ ଦିଅନ୍ତୁ।

ଦୁଇ ଚାମଚ ଘିକୁଆଁରି, ଅଳ୍ପ ହଳଦୀଗୁଣ୍ଡ, ଏକ ଚାମଚ ଲେଖାଏଁ ମହୁ ଏବଂ କ୍ଷୀରକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ମୁହଁ ଏବଂ ବେକରେ ଭଲ ଭାବେ ଲଗାନ୍ତୁ। ୨୦ ମିନିଟ୍ ରଖିବା ପରେ ନଖଉଷୁମ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହରେ ଦୁଇଥର ଏପରି କରିବା ଦ୍ୱାରା ତ୍ୱଚାର ପ୍ରାକୃତିକ ଉଜ୍ଜ୍ୱଳତା ଆସିଥାଏ।

ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଦୁଇ ତିନି ବୁନ୍ଦା ଅଲିଭ୍ ଅଏଲ୍ ନେଇ ମୁହଁରେ ମାଲିସ କରନ୍ତୁ। ମାଲିସ କରିବା ପରେ ଏକ ଟାୱେଲକୁ ଉଷୁମ ପାଣିରେ ବୁଡାଇ ଚିପୁଡି ମୁହଁରେ ୩୦-୪୦ ସେକେଣ୍ଡ ପର୍ଯ୍ୟନ୍ତ ବାମ୍ଫ ଦିଅନ୍ତୁ। ଏହାଦ୍ୱାରା ତ୍ୱଚାରେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ। ଏହା ତ୍ୱଚାର ଶୁଷ୍କତା ଦୂର କରିବା ସହ ଉଜ୍ଜ୍ୱଳ ମଧ୍ୟ କରିଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories