www.samajalive.in
Monday, December 8, 2025
20.1 C
Bhubaneswar

କାଳବୈଶାଖୀର ତାଣ୍ଡବରେ ଜଣେ ମୃତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଗତକାଲି ଅପରାହ୍ନରେ କାଳବୈଶାଖୀର ତାଣ୍ଡବରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଏତଲା ଅନୁସାରେ ଗତକାଲି ଅପରାହ୍ନରେ କାଳବୈଶାଖୀର ତାଣ୍ଡବରେ ଘଡଘଡି ସହ କୁଆପଥର ମାଡ଼ ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା । ଉକ୍ତ ବ୍ଲକର ସେରିଗୁମ୍ମା ପଞ୍ଚାୟତର ଲାମ୍ବେରୀ ଗ୍ରାମର କୃଷ୍ଣ ନାଚିକାଙ୍କ ଭଉଣି ଫୁଲମତି ମାଣ୍ଡିକା (୩୧) ଚାଷ ଜମିରେ ଥିବା କୁଡ଼ିଆ ଘରେ ରହିଥିଲେ । ଅପରାହ୍ନ ୫ଟା ସମୟରେ ଜୋରରେ ଘଡଘଡି ମାରିଥିଲା ତାହା ନିକଟରେ ପଡିଥିବା ଯୋଗୁଁ ପ୍ରଭାବରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଭଉଣୀର ମୃତ୍ୟୁରେ କାହାର ଅଭିଯୋଗ ନାହିଁ ବୋଲି ଥାନାରେ ଲିଖିତ ପରିବାର ପକ୍ଷରୁ ଦେଇଛନ୍ତି । ଏହାକୁ ନେଇ ଥାନା ଏସ ଆଇ ଶିଵ ପ୍ରସାଦ ସାହୁ ଘଟଣା ସ୍ଥଳରେ ପହଞ୍ଚି ମରଶରୀରକୁ ଜବତ କରି ଶବ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ। ଏ ସମ୍ପର୍କରେ ତହସିଲଦାର ସୁଧାକର ରଇତ ଶବ ବ୍ୟବଛେଦ ରିପୋର୍ଟ ବାହାରିବା ପରେ ସରକାର ଆଇନ ଅନୁଯାୟୀ ତାଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ୫୦ ହଜାର ଟଙ୍କା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories