www.samajalive.in
Monday, December 8, 2025
20.1 C
Bhubaneswar

୯ ବର୍ଷରେ ହୋଇଥିବା ପରିବର୍ତ୍ତନ ସ୍ପଷ୍ଟ ଭାବେ ଦେଖି ହେଉଛି – ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସରକାର ଏକ ବ୍ୟବସ୍ଥିତ ପଦ୍ଧତି ଏବଂ ମିଶନ୍‌‌ ମୋଡ୍‌‌ରେ କାର୍ଯ୍ୟ କରୁଛନ୍ତି। ଗତ ୯ ବର୍ଷ ମଧ୍ୟରେ ଗରିବ, ବଞ୍ଚିତ, ମଧ୍ୟବିତ ତଥା ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ଜୀବନରେ ହୋଇଥିବା ପରିବର୍ତ୍ତନ ସ୍ପଷ୍ଟ ଭାବେ ଦେଖି ହେଉଛି। ଗତକାଲି ନୂଆଦିଲ୍ଲୀରେ ଏକ ଘରୋଇ ଟିଭି ଚ୍ୟାନେଲ୍‌‌ ଦ୍ୱାରା ଆୟୋଜିତ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମୋଦୀ କହିଛନ୍ତି, ସରକାରଙ୍କ ଗରିବ ପ୍ରୋତ୍ସାହନ ଯୋଜନା ଦେଶରେ ବିପ୍ଳବ ସୃଷ୍ଟି କରିଛି ଏବଂ ଯେଉଁମାନେ ଦିନେ ଦେଶ ପାଇଁ ବୋଝ ବୋଲି ମନେ ହେଉଥିଲେ ସେମାନେ ଏବେ ବିକାଶ କାର୍ଯ୍ୟରେ ସାମିଲ ହୋଇଛନ୍ତି। ସେ କହିଛନ୍ତି, ଯେଉଁ ସମୟରେ ବିଶ୍ୱରେ ଆର୍ଥିକ ସଂକଟ ଦେଖାଦେଇଥିଲା ସେତେବେଳେ ଭାରତ ସେହି ସଂକଟର ମୁକାବିଲା କରି ଏବେ ଦ୍ରୁତ ଗତିରେ ଆଗକୁ ବଢ଼଼ୁଛି। ସେ କହିଛନ୍ତି, ଭାରତ ଏକ ଟ୍ରିଲିୟନ୍‌‌ ଡଲାର୍‌‌ ଅର୍ଥନୀତିରେ ପହଞ୍ଚିବାକୁ ୬୦ ବର୍ଷ ସମୟ ନେଇଥିଲା। କିନ୍ତୁ ୨୦୧୪ ପରେ ୯ ବର୍ଷ ମଧ୍ୟରେ ଆମେ ଏବେ ୩ ଦଶମିକ୍‌‌ ୫ ଟ୍ରିଲିୟନ୍‌‌ ଡଲାଣ୍‌‌ ଅର୍ଥନୀତିରେ ପହଞ୍ଚି ପାରିଛୁ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories