www.samajalive.in
Monday, December 8, 2025
27.1 C
Bhubaneswar

କେରଳରେ ଦେଶର ପ୍ରଥମ ୱାଟର ମେଟ୍ରୋକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ତିରୁବନନ୍ତପୁରମ୍ : କେରଳ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ରାଜ୍ୟବାସୀଙ୍କୁ ଅନେକ ଉପହାର ଦେଇଛନ୍ତି। ତିରୁବନନ୍ତପୁରମ୍ ରେଳ ଷ୍ଟେସନରେ କେରଳର ପ୍ରଥମ ବନ୍ଦେ ଭାରତ ଟ୍ରେନ୍‌‌କୁ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ।
ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଦେଶର ପ୍ରଥମ ୱାଟର ମେଟ୍ରୋକୁ ମଧ୍ୟ ଉଦଘାଟନ କରିଛନ୍ତି। ଏହା ୧୦ଟି ଦ୍ୱୀପକୁ ସଂଯୋଗ କରିବ। ମୋଦୀ ୩,୨୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି।
ଏହି ଟ୍ରେନ୍ ତିରୁବନନ୍ତପୁରମ୍ ରୁ କାସାରାଗୋଡ୍ ପର୍ୟ୍ୟନ୍ତ ଚାଲିବ। ଏହି ଉଦଘାଟନ ସମୟରେ ତାଙ୍କ ସହ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏବଂ ସାଂସଦ ଶଶି ଥରୁର ଉପସ୍ଥିତ ଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି,କେରଳ ଏକ ସଚେତନ, ବୁଦ୍ଧିମାନ ଏବଂ ଶିକ୍ଷିତ ଲୋକମାନଙ୍କର ଏକ ରାଜ୍ୟ। ଏଠାରେ ଥିବା ଲୋକଙ୍କ ଶକ୍ତି, ନମ୍ରତା, ପରିଶ୍ରମ ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ। ଦେଶ ତଥା ବିଦେଶର ପରିସ୍ଥିତି ବିଷୟରେ ଆପଣ ସମସ୍ତେ ଭଲ ଭାବରେ ଜାଣିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
କେରଳ ଏହାର ପ୍ରଥମ ବନ୍ଦେ ଭାରତ ଟ୍ରେନ୍ ପାଇଥିବାବେଳେ କୋଚି ଏହାର ୱାଟର ମେଟ୍ରୋ ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ସମୟରେ ବିଭିନ୍ନ ସଂଯୋଗୀକରଣ ଏବଂ ବିକାଶ ପ୍ରକଳ୍ପ ମଧ୍ୟ ଉଦ୍ଘାଟନ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ମଧ୍ୟ ବନ୍ଦେ ଭାରତ ଟ୍ରେନ୍ ଭିତରକୁ ଯାଇ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ସ୍କୁଲ ପିଲାମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିଥିଲେ।
ତିରୁବନନ୍ତପୁରମରେ ପ୍ରଧାନମନ୍ତ୍ରୀ ରୋଡ୍ ସୋ ମଧ୍ୟ କରିଥିଲେ। ଏଠାରେ ଡିଜିଟାଲ ସାଇନ୍ସ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ ସହ କୋଚି ୱାଟର ମେଟ୍ରୋ ଏବଂ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories