www.samajalive.in
Tuesday, December 9, 2025
17.1 C
Bhubaneswar

୮ରୁ ରାଷ୍ଟ୍ରପତିଙ୍କ ଦୁଇଦିନିଆ ମୟୂରଭଞ୍ଜ ଗସ୍ତ

ରାଇରଙ୍ଗପୁର : ମହାମହିମ ରାଷ୍ଟ୍ରପତି ତଥା ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବା ପରେ ପ୍ରଥମ ଥର ନିଜ ଜନ୍ମମାଟି, କର୍ମଭୂମି ରାଇରଙ୍ଗପୁର ଓ ମୟୂରଭଞ୍ଜକୁ ଦୁଇଦିନିଆ ଗସ୍ତରେ ଆସୁଥିବା ଜଣାପଡିଛି। ଏନେଇ ରାଇରଙ୍ଗପୁର ସହର ତଥା କୁସୁମୀ ବ୍ଲକର ପାହାଡପୁର ତଥା ଜିଲାବାସୀଙ୍କ ମନରେ ଢ଼େର ଉତ୍କଣ୍ଠା ପ୍ରକାଶ ପାଇଛି। ପ୍ରାପ୍ତ ସୂଚନା ଅନୁସାରେ ରାଷ୍ଟ୍ରପତି ମେ ୮ତାରିଖ ସକାଳେ ନୂଆଦିଲ୍ଲୀରୁ ବିମାନଯୋଗେ ଆସି କଲେଇକୋଣ୍ଡା ବାୟୁସେନା ଘାଟୀରେ ପହଞ୍ଚିବେ। ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାମନଘାଟୀ ଉପଖଣ୍ଡର ବାଦାମପାହାଡ କଲେଜ ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ୩କିମି ସଡକ ପଥରେ ଆସି ତାଙ୍କ ପରଲୋକଗତ ସ୍ୱାମୀ ଶ୍ୟାମଚରଣ, ଦୁଇପୁଅ ଲକ୍ଷ୍ମଣ ଓ ସିପୁନଙ୍କ ସ୍ମୃତିରେ ପାହାଡ଼ପୁରରେ ସ୍ଥାପନ କରିଥିବା ଏସଏଲଏସ ଟ୍ରଷ୍ଟ ଆବାସିକ ବିଦ୍ୟାଳୟର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ନରେ ସେ ରାଇରଙ୍ଗପୁର ସହର ଉପକଣ୍ଠ ଦାଣ୍ଡବୋଷ ବିମାନ ଅବତରଣ କେନ୍ଦ୍ରରେ ପହଞ୍ଚି ସଡକ ପଥରେ ଆସି ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଡାକ ବଙ୍ଗଳା ଠାରେ ପହଞ୍ଚିବେ। ସନ୍ଧ୍ୟା ୬ଟାରେ ରାଇରଙ୍ଗପୁର ସହରର କଚେରୀ ପଡ଼ିଆ ଷ୍ଟାଡିଅମଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ରାଇରଙ୍ଗପୁର ପୌରପରିଷଦ ତରଫରୁ ନଗରବାସୀ ଭବ୍ୟ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରିବେ। ପରେ ସେ ମହୁଲଡିହା ଡାକବଙ୍ଗଳାରେ ରାତ୍ରିଯାପନ କରିବେ। ସକାଳେ ସେ ଦାଣ୍ଡବୋଷ ଯାଇ ସେଠାରୁ ହେଲିକପ୍ଟର ଯୋଗେ ବାରିପଦା ଯାତ୍ରା କରିବେ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଓ ପାହାଡପୁର ଗସ୍ତ ନେଇ ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ ଓ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଏସଏଲଏସ ଟ୍ରଷ୍ଟର ଉପଦେଷ୍ଟା ମୁନା ପ୍ରତିହାରୀ ସୂଚନା ଦେଇଛନ୍ତି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଗସ୍ତ ନିଶ୍ଚିତ ଥିବା ବେଳେ ରାଷ୍ଟ୍ରପତି ଭବନରୁ ନିର୍ଦ୍ଦିଷ୍ଟ ସୂଚନାକୁ ଅପେକ୍ଷା କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ନେଇ କେବଳ ରାଇରଙ୍ଗପୁରରେ ଥିବା ତାଙ୍କ ନିକଟତମ ବିଜେପି ନେତୃବୃନ୍ଦଙ୍କ ମହଲରେ ବିପୁଳ ଉତ୍ସାହ ଦେଖାଦେଇଥିବା ବେଳେ ପ୍ରଥମ ଥରି କରି ନିଜ ଜିଲାକୁ ଆସୁଥିବାରୁ ତାଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ମେ ୯ ତାରିଖ ପୂର୍ବାହ୍ନ ୧୦ଟାରେ ମହାମହିମ ରାଷ୍ଟ୍ରପତି ବାରିପଦାସ୍ଥ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ୧୧ଟାରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories