www.samajalive.in
Monday, December 8, 2025
27.1 C
Bhubaneswar

କଂଗ୍ରେସରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ଶାଳକ ସଞ୍ଜୟ ସିଂହ

ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂହ ଚୌହାନଙ୍କ ନିଜ ଶାଳକ ସଞ୍ଜୟ ସିଂହ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସରେ ଯୋଗ ଦେବା ସହ ସେ ଶିବରାଜଙ୍କ ସରକାର ଉପରେ ବର୍ଷିଛନ୍ତି।
ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କମଳନାଥ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଉପସ୍ଥିତିରେ ସେ କଂଗ୍ରେସର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି କି ମଧ୍ୟ ପ୍ରଦେଶକୁ ‘ରାଜ’ ନୁହେଁ ‘ନାଥ’ଙ୍କର ଆବଶ୍ୟକତା ରହିଛି। ସଞ୍ଜୟ ସିଂହ ଶିବରାଜ ସିଂହ ଚୌହାନଙ୍କ ପତ୍ନୀ ସାଧନା ସିଂହଙ୍କ ଭାଇ।
କଂଗ୍ରେସ ଦଳରେ ସାମିଲ ହେବା ପରେ ସଞ୍ଜୟ ସିଂହ କହିଛନ୍ତି ଯେ, ‘ମୁ ଶିବରାଜ ସିଂହ ଚୌହାନଙ୍କ ପରିବାରର ସଦସ୍ୟ ନୁହେଁ, ମୁଁ ତାଙ୍କର ସଂପର୍କୀୟ ଥିଲି। ଚୌହାନଙ୍କ ଶାସନରେ ମଧ୍ୟ ପ୍ରଦେଶ ବହୁତ କ୍ଷତିଗ୍ରସ୍ତ ହୋଇଛି ବୋଲି ଅଭିଯୋଗ କରିଛନ୍ତି।’ ବିଜେପିରେ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ସଞ୍ଜୟ ସିଂହଙ୍କୁ ବାଲାଘାଟ ଆସନରୁ ଛିଡା କରିବା ନେଇ ଆଶା କରାଯାଉଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories