www.samajalive.in
Thursday, December 11, 2025
27.1 C
Bhubaneswar

ଆଇପିଏଲ ୨୦୨୩ : ଆଜି ହାଇଦରାବାଦ୍‌ ବନାମ ମୁମ୍ବଇ

ହାଇଦରାବାଦ୍‌  : ଚଳିତ ଆଇପିଏଲର ୨୫ତମ ଲିଗ୍‌ ମ୍ୟାଚ ମଙ୍ଗଳବାର ହାଇଦରାବାଦରେ ମୁମ୍ବଇ ଇଣ୍ଡିଆନ୍‌ସ ଓ ସନରାଇଜର୍ସ ହାଇଦରାବାଦ ମଧ୍ୟରେ ଖେଳାଯିବ। ଉଭୟ ଦଳ ୫ମ ମ୍ୟାଚ ଖେଳିବାବେଳେ କ୍ରମାଗତ ତୃତୀୟ ବିଜୟ ଲକ୍ଷ୍ୟ ରଖିଛନ୍ତି।
ଆଇଡାନ ମାର୍କରାମଙ୍କ ନେତୃତ୍ବାଧୀନ ସନରାଇଜର୍ସ ହାଇଦରାବାଦ ୪ଟି ମ୍ୟାଚରୁ ୨ଟି ବିଜୟ ଓ ୨ଟି ପରାଜୟ ସହ ୪ ପଏଣ୍ଟ ପାଇଛି। ଦଳ ରାଜସ୍ଥାନ ରୟାଲ୍‌ସ ନିକଟରୁ ୭୨ରନ ଓ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ନିକଟରୁ୫ ୱିକେଟରେ ପରାଜିତ ହୋଇଥିବାବେଳେ ପଞ୍ଜାବ କିଙ୍ଗ୍‌ସକୁ ୮ ୱିକେଟ ଓ କଲକାତା ନାଇଟ୍‌ ରାଇଡର୍ସକୁ ୨୩ରନରେ ପରାସ୍ତ କରିଛି। ଓପନର ହ୍ୟାରୀ ବ୍ରୁକ୍‌ସ କଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ଶତକ ଅର୍ଜନ କରି ଦଳର ବ୍ୟାଟିଂ ଲାଇନକୁ ଶକ୍ତ କରିଛନ୍ତି। ଅଧିନାୟକ ଆଇଡାନ ମାର୍କରାମ ମଧ୍ୟ ଭଲ ଫର୍ମରେ ରହିଛନ୍ତି। ମୟଙ୍କ ଅଗ୍ରୱାଲ, ରାହୁଲ ତ୍ରିପାଠୀ, ଅଭିଷେକ ଶର୍ମା,ହେନରିଚ୍‌ କ୍ଲାସେନ ପ୍ରମୁଖ ଏପର୍ଯ୍ୟନ୍ତ ବଡ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ଭୁବନେଶ୍ବର କୁମାର,ମାର୍କୋ ୟାନସେନ,ଉମ୍ରାନ ମଲ୍ଲିକ ଓ ଟି ନଟରାଜନ ଦ୍ରୁତ ବୋଲିଂ ଭାର ସମ୍ଭାଳୁଥିବାବେଳେ ସ୍ପିନର ଭାବେ ମୟଙ୍କ ମାର୍କଣ୍ଡେ ଓ ୱାଶିଂଟନ ସୁନ୍ଦର ରହିଛନ୍ତି। ଦଳ ଶେଷ ମ୍ୟାଚରେ କଲକାତା ନାଇଟ୍‌ ରାଇଡସ ବିପକ୍ଷରେ ବଡ ସ୍କୋର କରିବାରେ ସଫଳ ହୋଇଥିଲା। ବୋଲିଂ ଓ ବ୍ୟାଟିଂରେ ଏକ ପ୍ରକାର ସନ୍ତୁଳିତ ଦଳ ରହିଥିବାରୁ ସନରାଇଜର୍ସ କ୍ରମାଗତ ତୃତୀୟ ବିଜୟ ନେଇ ଆଶା ରଖିଛି।

ଅନ୍ୟପକ୍ଷରେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବଇ ଇଣ୍ଡିଆନ୍‌ସ ୪ଟି ମ୍ୟାଚରୁ ଦୁଇଟି ବିଜୟ ଓ ୨ଟି ପରାଜୟ ସହ ୪ ପଏଣ୍ଟ ପାଇଛି। ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରୁ ୮ ୱିକେଟରେ,ଚେନ୍ନଇ ସୁପରକିଙ୍ଗ୍‌ସ ନିକଟରୁ ୭ ୱିକେଟରେ ପରାଜିତ ହୋଇଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୬ ୱିକେଟ​‌ରେ ପରାସ୍ତ କରିଥିଲା। ଶେଷ ମ୍ୟାଚରେ କଲକାତା ନାଇଟ୍‌ ରାଇଡର୍ସକୁ ୫ ୱିକେଟରେ ପରାସ୍ତ କରିଛି। ଇଶାନ କିଷନ ଓ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିବା ଦଳର ବ୍ୟାଟିଂକୁ ଶକ୍ତ କରିଛି। ସୂର୍ଯ୍ୟକୁମାର ୩ଟି ମ୍ୟାଚରୁ ୧୬ରନ କରିଥିବାବେଳେ କଲକାତା ବିପକ୍ଷରେ ୪୩ରନର ଇନିଂସ ଖେଳିଥିଲେ। ଅଧିନାୟକ ରୋହିତ ଦିଲ୍ଲୀ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିବାବେଳେ ତିଲକ ବର୍ମା ମଧ୍ୟ ଭଲ ଫର୍ମରେ ରହିଛନ୍ତି। ତିଲକ ୪ ଟି ମ୍ୟାଚରୁ ୧୮୦ରନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୫୯ରନ କରିଛନ୍ତି। ଇଶାନ କିଷନ ୧୨୮ , ଟିମ୍‌ ଡେଭିଡ୍‌ ୭୨ ଓ କାମେରୁନ ଗ୍ରୀନ ୩୦ରନ କରିଛନ୍ତି। ଡେଭିଡ୍‌ ଶେଷ ମ୍ୟାଚରେ ଭଲ ବ୍ୟାଟିଂ ମଧ୍ୟ କରିଥିଲେ। ବୋଲିଂରେ ଜାସନ ବେହେରେନଡ୍ରଫ,ଅର୍ଶଦ ଖାନ, କାମେରୁନ ଗ୍ରୀନ, ରାଇଲି ମେରିଡ୍ରିସ, ପିୟୁଷ ଚାୱାଲା , ହ୍ରିତ୍ରିକ ଶୋକିନ୍‌ ପ୍ରମୁଖ ରହିଛନ୍ତି। ହ୍ରିତିକ ଓ ପିୟୁଷ କଲକାତା ବିପକ୍ଷରେ ଚମତ୍କାର ବୋଲିଂ କରିଥିଲେ। ଦଳ ପ୍ରଥମ ଦୁଇ ମ୍ୟାଚରେ ପରାଜୟ ପରେ ଶେଷ ଦୁଇ ମ୍ୟାଚରେ ବିଜୟ ହାସଲ କରିଥିବାରୁ ସନରାଇଜର୍ସ ବିପକ୍ଷରେ ମଧ୍ୟ ବିଜୟ ଧାରାକୁ ବଜାୟ ରଖିବାକୁ ଉଦ୍ୟମ କରିବ।ଉଭୟ ଦଳର ଶେଷ ୫ଟି ପ୍ରଦର୍ଶନକୁ ଦେଖିଲେ ମୁମ୍ବଇ ଇଣ୍ଡିଆନ୍‌ସ ୩ଟି ଓ ସନରାଇଜର୍ସ ହାଇଦରାବାଦ୍‌ ୨ଟି ମ୍ୟାଚରେ ବିଜୟୀ ହୋଇଛି।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories