www.samajalive.in
Monday, December 8, 2025
27.1 C
Bhubaneswar

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ‘ବସନ୍ତ ଉତ୍ସବ’ ଆରମ୍ଭ, କ୍ୟାରିୟର ପ୍ରତି ଧ୍ୟାନ ଦେବାକୁ ଆହ୍ବାନ

ମୋ ଜୀବନ ମୋତେ ବହୁତ ଥର ତଳେ ପକାଇବାକୁ ଚେଷ୍ଟା କରିଛି। ମୁଁ ପୁଣି ଥରେ ଠିଆ ହୋଇଛି: ବର୍ଷା ପ୍ରିୟଦର୍ଶିନୀ
ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ବସନ୍ତ ଉତ୍ସବ’ର ଅଷ୍ଟମ ସଂସ୍କରଣ ଆଜିଠାରୁ ଆରମ୍ଭ କରିଛି। ଉତ୍ସବରେ ପ୍ରଖ୍ୟାତ ସାହିତ୍ୟିକା ଡକ୍ଟର ଗାୟତ୍ରୀବାଳା ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ‘ବସନ୍ତ ଉତ୍ସବ’କୁ ଉଦଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ପ୍ରଖ୍ୟାତ ସାହିତ୍ୟିକା ଗାୟତ୍ରୀବାଳା ପଣ୍ଡା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରୀମାନଙ୍କ ମଧ୍ୟରେ ନିବିଡ ବନ୍ଧନ ସୃଷ୍ଟି କରିବା ସହ ଉତ୍ସାହ ଭରିବା ପାଇଁ ଏଭଳି ବସନ୍ତ ଉତ୍ସବ ଆୟୋଜନ କରାଯାଇଛି ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଛାତ୍ରୀମାନେ ସେମାନଙ୍କ ନିଜ କ୍ୟାରିୟର ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ।

- Advertisement -

କାର୍ଯ୍ୟକ୍ରମରେ ଯୋଗଦେଇ ଜୀବନରେ ଝଡ଼ଝଞ୍ଜା ନେଇ ମଞ୍ଚରେ ବର୍ଷା ପ୍ରିୟଦର୍ଶିନୀଙ୍କ ମନ୍ତବ୍ୟ ରଖିଥିଲେ। ଛାତ୍ରୀଙ୍କ ସାମ୍ନାରେ ନିଜ ଜୀବନର କାହାଣୀ ବଖାଣି କହିଥିଲେ ଯେ ମୋ ଜୀବନ ମୋତେ ବହୁତ ଥର ତଳେ ପକାଇବାକୁ ଚେଷ୍ଟା କରିଛି। ମୁଁ ପୁଣି ଥରେ ଠିଆ ହୋଇଛି। ବହୁଲୋକ ଅନ୍ୟର ଗୋଡ଼ ଟାଣନ୍ତି। ମୋ ନାଁରେ ବି ଅପପ୍ରଚାର ହୋଇଛି। ସାମାଜିକ ଗଣମାଧ୍ୟମଠାରୁ ଦୂରେଇ ରହିବା ସହିତ ଏହାର ସଦୁପଯୋଗ ବ୍ୟବହାର କରିବାକୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ, ପିଜି କାଉନସିଲ ଅଧ୍ୟକ୍ଷ ଉପସ୍ଥିତ ଥିଲେ।

୫ ଦିନ ଧରି ଚାଲିବାକୁ ଥିବା ଏହି ବସନ୍ତ ଉତ୍ସବରେ ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ଶେଷ ଦିନରେ ବିଶ୍ବବିଦ୍ୟାଳୟର ସମସ୍ତ ଛାତ୍ରୀମାନେ ହୋଲି ଖେଳିବେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories