www.samajalive.in
Monday, December 8, 2025
20.1 C
Bhubaneswar

ଯୁବକକୁ ଛୁରୀରେ ଭୁସିଲେ, ଖଣ୍ଡାରେ ହାଣିଲେ

ଖଲ୍ଲିକୋଟ: କମାରସିଂ ଛକରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ। ସାଙ୍ଗ ସହ ବାଇକରେ ଫେରୁଥିବାବେଳେ ମରଣାନ୍ତକ ଆକ୍ରମଣ। ପୂର୍ବ ଶତ୍ରୁତାର ଛୁରୀ ଭୁସିବା ସହ ଖଣ୍ଡାରେ ହାଣିଲେ ୫ ଦୁର୍ବୁତ୍ତ। ଗୁରୁତର ଅବସ୍ଥାରେ ଯୁବକ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା କମାର ସିଂହ ଗ୍ରାମ ନିକଟରେ ଦୁଇ ବନ୍ଧୁ ବାଇକ୍‌ରେ ଯାଉଥିବାବେଳେ ହଠାତ୍ ବାଟରେ ୫ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଗାଡ଼ି ଅଟକାଇଥିଲେ। ଜୀବନ ବଞ୍ଚାଇବା ପାଇଁ ବାଇକ୍ ପଛରେ ବସିଥିବା ବନ୍ଧୁ ଘଟଣାସ୍ଥଳରୁ ପଳାଇଯାଥିଲା। ତେବେ ବାଇକ୍ ଚଳାଉଥିବା ଅନ୍ୟ ଜଣେ ବନ୍ଧୁ ଖସି ପାରି ନ ଥିଲେ। ସେମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିବା ପରେ ଛୁରୀରେ ଭୁଷି ଦେଇଥିଲେ। ଏହାସହିତ ଖଣ୍ଡାରେ ହାତକୁ ହାଣି ଦେଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଗୁରୁତର ଯୁବକ ଜଣକ ହେଉଛନ୍ତି ଖଲ୍ଲିକୋଟ ଥାନା ବାକୁଟୁ ଗାଁ’ର ଆଲୋକ ସାହୁ। ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

- Advertisement -

ଆଲୋକ ସାହୁ ଓ ତା’ର ବନ୍ଧୁ କାର୍ତ୍ତିକ ନାହାକ ସହ ଆଜି ସକାଳୁ ବାଇକ ଯୋଗେ ବାଦପଲ୍ଲୀରୁ ନିଜ ଗାଁ’କୁ ଫେରୁଥିଲେ। କମାର ସିଂ ଗ୍ରାମ ନିକଟରେ ପୂର୍ବରୁ ଛକି ରହିଥିବା ପ୍ରାୟ ୫ ଜଣ ଦୁର୍ବୃତ୍ତ ଖଣ୍ଡା ଓ ଛୁରୀ ଧରି ସେମାନଙ୍କୁ ଅଟକାଇଥିଲେ। ବାଇକ ପଛରେ ବସିଥିବା କାର୍ତ୍ତିକ ଖସି ପଳାଇବାରେ ସକ୍ଷମ ହୋଇଥିବାବେଳେ ଆଲୋକ ଆକ୍ରମଣର ଶିକାର ହୋଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories