www.samajalive.in
Monday, December 8, 2025
27.1 C
Bhubaneswar

ଆମ୍ବେଦକର ଜୟନ୍ତୀ ଯାଏ ବିଜେପି ଓବିସି ମୋର୍ଚ୍ଚାର ଗାଁକୁ ଚାଲ ଅଭିଯାନ

ଭୁବନେଶ୍ୱର : ବିଜେପି ଗୁରୁବାର (ଆସନ୍ତାକାଲି) ତା’ ର ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଆସନ୍ତା କାଲିଠାରୁ ୧୪ ତାରିଖ ଯାଏ ଅର୍ଥାତ୍ ଆମ୍ବେଦକର ଜୟନ୍ତୀ ଯାଏ ବିଜେପି ଓବିସି ମୋର୍ଚ୍ଚା ଗାଁ କୁ ଗାଁ ଘର ଘର ଚାଲ ଅଭିଯାନ ଡାକରା ଦେଇଛି । ରାଜ୍ୟ ସରକାର ଓବିସି ବର୍ଗକୁ ଅବହେଳା କରିଥିବା ଅଭିଯୋଗ ନେଇ ୯ ଦିନ ଯାତ୍ରାରେ ଓବିସି ମୋର୍ଚ୍ଚା ପଦଯାତ୍ରା ଓ ଜନ ଜାଗରଣ ଯାତ୍ରା କରିବ। ବିଜେପିର ରାଜ୍ୟ ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ୱାଳ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ଏହା ସହ ଦୁଇ ମାସ ଧରି ବ୍ଲକସ୍ତରରୁ ଜିଲ୍ଲାସ୍ତର ଯାଏ ପ୍ରତିବାଦ ସଭା ଚାଲିବ । ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଓବିସି ବର୍ଗଙ୍କୁ  ୨୭ ପ୍ରତିଶତ ସଂରକ୍ଷଣ ନଦେଇ କାହିଁକି ବଞ୍ଚିତ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାର ଯେଉଁମାନଙ୍କୁ ଓବିସି ତାଲିକାରେ ରଖିଛନ୍ତି ରାଜ୍ୟ ସରକାର ସେମାନଙ୍କୁ ଏସଇବିସି ତାଲିକାରେ ସ୍ଥାନିତ କରୁ ନାହାଁନ୍ତି ସେ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ଯେ ସର୍ବାଧିକ ବର୍ଗ ହେଉଛନ୍ତି ଓବିସି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେଭଳି ଆକ୍ଷେପ କରି ମନ୍ତବ୍ୟ ଦେଇଛନ୍ତି ତାହା, ଏହି ବର୍ଗକୁ ମର୍ମାହତ କରିଛି। ବିଜେଡ଼ି ରାଜ୍ୟର ୫୪% ଓବିସି ବର୍ଗକୁ ବି ଭୁଆଁ ବୁଲାଉଛନ୍ତି। ବିଧାନସଭାରେ ବିଲ୍ ଆଗତ କରି ଶେଷ ମୁହୂର୍ତ୍ତରେ ପ୍ରତ୍ୟାହାର କରି ନେଇଛନ୍ତି। ଶୈକ୍ଷିକ, ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ସଂରକ୍ଷଣ ଲାଗି ଜାଣିଶୁଣି ବିଳମ୍ବ କରୁଛନ୍ତି ବୋଲି ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories