www.samajalive.in
Monday, December 8, 2025
17.1 C
Bhubaneswar

ପୁଣି ଅଡ଼ୁଆରେ ଆକବର

ନୂଆଦିଲ୍ଳୀ: ସାମ୍ବାଦିକ ପ୍ରିୟା ରମାନୀଙ୍କ ‘ମି ଠୁ’ ଅଭିଯୋଗରେ ଛନ୍ଦି ହୋଇ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବିଶିଷ୍ଟ ସାମ୍ବାଦିକ ଏମ ଜେ ଆକବରଙ୍କ ନାମରେ ପୁଣି ଜଣେ ସାମ୍ବାଦିକା ବଳାତ୍କାର ଅଭିଯୋଗ ଆଣିଛନ୍ତି। ନ୍ୟାଶ୍‍ନାଲ ପବ୍ଲିକ୍‍ ରେଡିଓରେ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ପଲ୍ଲବୀ ଗୋଗୋଇ ନାମକ ଆମେରିକାର ଏହି ସାମ୍ବାଦିକାଙ୍କ ଅଭିଯୋଗ ଅନୁଯାୟୀ ପ୍ରାୟ ୨୦ ବର୍ଷ ତଳେ ଆକବରଙ୍କ ସହିତ କାମ କରୁଥିବା ବେଳେ ତାଙ୍କୁ ବଳାତ୍କାର କରାଯାଇଥିଲା। ଅପରପକ୍ଷରେ ଏହି ଅଭିଯୋଗକୁ ଆକବର ଖଣ୍ଡନ କରିଛନ୍ତି। ଏହି ଖବର ଛାପିଥିବା ‘ଦ ୱାଶିଂଟନ୍‍ ପୋଷ୍ଟ’କୁ ଆକବରଙ୍କ ଓକିଲ୍‍ ଏକ ପତ୍ର ଲେଖି ଖବରକୁ ଭୁଲ୍‍ ବୋଲି କହିଛନ୍ତି।
ପଲ୍ଲବୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ୨୦ ବର୍ଷ ତଳେ ସେ ‘ଦ ଏସିଆନ୍‍ ଏଜ୍‍’ରେ ଜଣେ ମନୋରଞ୍ଜନ ଧର୍ମୀ ସାମ୍ବାଦିକ ଭାବେ ଯୋଗ ଦେଇଥିଲେ। ସେହି ସମୟରେ ଏମ୍‍ ଜେ ଆକବର ସେହି ସମ୍ବାଦପତ୍ରର ମୁଖ୍ୟ ସମ୍ପାଦକ ଥିଲେ। ସମ୍ବାଦ ସଂଗ୍ରହ ଓ ଉପସ୍ଥାପନାରେ ସୁଧାର ଆଣିବା ପାଇଁ ତାଲିମ ଆଳରେ ଆକବର ଯେଉଁ ଶବ୍ଦ ବ୍ୟବହାର କରୁଥିଲେ ତାହା ସହନ କରିବା କଷ୍ଟକର ଥିଲା। ସମୟକ୍ରମେ ପଲ୍ଲବୀ ‘ଦ ଏସିଆନ୍‍ ଏଜ୍‍’ର ଓପେଡ୍‍ ପେଜ୍‍ର ସମ୍ପାଦକ ରୂପେ ପଦୋନ୍ନତି ପାଇଥିଲେ। ଏକଦା ପଲ୍ଲବୀ ତାଙ୍କ ନାମରେ ଓପେଡ୍‍ ପେଜ୍‍ରେ ବାହାରିଥିବା ଏକ ଲେଖାକୁ ନେଇ ଯେତେବେଳେ ଆକବରଙ୍କୁ ପାଖକୁ ଯାଇଥିଲେ ସେତେବେଳେ ଆକବର ତାଙ୍କର ଖୁସି ଜାହିର କରିବାକୁ ଯାଇ ପଲ୍ଲବୀଙ୍କୁ ଚୁମ୍ବନ ଦେଇଥିଲେ। ପଲ୍ଲବୀ ଆଶ୍ଚର୍ଯ୍ୟଚକିତ, ଲଜ୍ଜିତ ଓ ଦୁଃଖିତ ହୋଇ ସେଠାରୁ ଚାଲି ଯାଇଥିଲେ। ଏପରି ଘଟଣା ତାଜ୍‍ ହୋଟେଲ୍‍ର ଏକ କୋଠରିରେ ଦ୍ୱିତୀୟ ବାର ଘଟିଥିଲା। ସେଠାରୁ ମଧ୍ୟ ପଲ୍ଲବୀ କାନ୍ଦି କାନ୍ଦି ମୁହଁ ଘୋଡ଼ାଇ ଚାଲି ଯାଇଥିଲେ। ତୃତୀୟ ଥର ଜୟପୁରସ୍ଥିତ ଏକ ହୋଟେଲ୍‍କୁ ଆକବର ପଲ୍ଳବୀଙ୍କୁ ଡକାଇ ପଠାଇଥିଲେ। ଏଥର ସେ ପଲ୍ଲବୀଙ୍କୁ ବଳାତ୍କାର କରିଥିଲେ। ଲୋକଲଜ୍ଜା ଭୟରେ ପଲ୍ଲବୀ ଏକଥା ସର୍ବସମ୍ମୁଖରେ ପ୍ରକାଶ କରିପାରିନଥିଲେ ମଧ୍ୟ ତାଙ୍କର ଜଣେ ବନ୍ଧୁଙ୍କୁ କହିଥିଲେ। ଏହାପରେ ଅନେକ ବର୍ଷ ଧରି ଆକବରଙ୍କ ମାନସିକ, ଶାରୀରିକ ନିର୍ଯାତନା ପଲ୍ଳବୀଙ୍କୁ ସହିବାକୁ ପଡ଼ିଥିଲା। କନିିଷ୍ଠ ସହକର୍ମୀମାନେ ଏଭଳି ଅନ୍ୟାୟ ଓ ଆକବରଙ୍କ ପ୍ରକୃତ ଚେହେରାକୁ ଜାଣିବା ପାଇଁ ଏବେ ସେ ମୁହଁ ଖୋଲିଛନ୍ତି ବୋଲି ପଲ୍ଳବୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories