www.samajalive.in
Thursday, December 11, 2025
27.1 C
Bhubaneswar

ଆଜି ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ବାର୍ଷିକ ଉତ୍ସବ

କଟକ: ରାଜ୍ୟରେ ବହୁଳ ପ୍ରସାରିତ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’ ଓ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ-୨୦୨୨’ ପ୍ରଦାନ ସମାରୋହ ଆଜି କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ଅନୁଷ୍ଠିତ ହେଉଛି। ଏହି ସପ୍ତମ ବାର୍ଷିକ ଉତ୍ସବରେ ପୁନେ ଆଞ୍ଚଳିକ କେନ୍ଦ୍ର, ୱାଇ.ସି.ଏମ୍‌.ଓ.ୟୁ., ନାସିକ୍‌ର ପୂର୍ବତନ ଆଞ୍ଚଳିକ ନିର୍ଦେଶକ, ତଥା ସରସ୍ବତୀ ସମ୍ମାନପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡ. ଶରଣକୁମାର ଲିମ୍ବାଲେ ମୁଖ୍ୟ ଅତିଥି ଏବଂ ନୂଆଦିଲ୍ଲୀରେ ଅବସ୍ଥାପିତ କେନ୍ଦ୍ର ସରକାରଙ୍କ ଆୟକର ବିଭାଗର ମୁଖ୍ୟ ଆୟୁକ୍ତ (କମିସନର) ପାରମିତା ଶତପଥୀ ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଉଛନ୍ତି। ‘ସତ୍ୟବାଦୀ ସାରସ୍ବତ ସମ୍ମାନ-୨୦୨୨’ ଲବ୍ଧପ୍ରତିଷ୍ଠ କବି, ସ୍ବନାମଧନ୍ୟ ନାଟ୍ୟକାର, ଗାଳ୍ପିକ ତଥା ସମାଲୋଚକ, ସାରଳା ପୁରସ୍କାରପ୍ରାପ୍ତ ପ୍ରଫେସର ହରିହର ମିଶ୍ରଙ୍କୁ ପ୍ରଦାନ କରାଯିବ। ସେହିପରି କବିତା ନିମିତ୍ତ ସୌଭାଗ୍ୟବନ୍ତ ମହାରଣା, ପ୍ରବନ୍ଧ- ଡ. ଶ୍ରୀଶ ପଟେଲ ଓ ଗଳ୍ପ ପାଇଁ ସୀତେଶ ତ୍ରିପାଠୀଙ୍କୁ, ଶିଶୁ ସାହିତ୍ୟରେ ଅଶୋକ କୁମାର ପ୍ରଧାନ (ଗଳ୍ପ) ଓ ପ୍ରଶାନ୍ତ କୁମାର ନାଥ (କବିତା)ଙ୍କୁ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ-୨୦୨୨’ରେ ସମ୍ବର୍ଦ୍ଧିତ କରାଯିବ। ସମାରୋହରେ ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ଅଧ୍ୟକ୍ଷ ତଥା ‘ସମାଜ’ ଓ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ସମ୍ପାଦକ ଶ୍ରୀ ନିରଞ୍ଜନ ରଥ ଅଧ୍ୟକ୍ଷତା କରିବେ।

ଚଳିତବର୍ଷ ପ୍ରଥମ ଥର ପାଇଁ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଏହାର ପ୍ରସାରଣ କରାଯିବ। ଦର୍ଶକମାନେ https://www.youtube.com /@GopabandhunkaSatyabadi ଓ https://www.youtube.com/samajalive ଲିଙ୍କ୍‌ ମାଧ୍ୟମରେ ଏହାର ସିଧା ପ୍ରସାରଣ ଦେଖିପାରିବେ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories