www.samajalive.in
Monday, December 8, 2025
27.1 C
Bhubaneswar

ଉତ୍କଳ ବିଶ୍ବବିଦ୍ୟାଳୟ କମ୍ପ୍ୟୁଟର କେନ୍ଦ୍ର ଉଦଘାଟିତ, ଏକା ଥରକେ କମ୍ପ୍ୟୁଟର ବ୍ୟବହାର କରିପାରିବେ ୪୮ ଜଣ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଉତ୍କଳ ଦିବସ ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟ କମ୍ପ୍ୟୁଟର କେନ୍ଦ୍ର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଉଦଘାଟନ କରିଛନ୍ତି। ଏହାସହିତ କମ୍ପ୍ୟୁଟର କେନ୍ଦ୍ରର ଭିଡ଼ିଓ କନଫରେନ୍ସ ରୁମ, କମ୍ପ୍ୟୁଟର ଲାବ, ତଦାରଖ ରୁମ ଏବଂ ଟେକ୍ନିକାଲ ଟିମ କାର୍ଯ୍ୟାଳୟ ମଧ୍ୟ ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୁଳସଚିବ ଡ. ଅଭୟ କୁମାର ନାୟକ, ଉନ୍ନୟନ ଅଧିକାରୀ ଡ.ମନୋରଞ୍ଜନ ସେନାପତି ଏବଂ କମ୍ପ୍ୟୁଟର କେନ୍ଦ୍ରର ଭାରପ୍ରାପ୍ତ ପ୍ରଫେସର ପ୍ରଫୁଲ୍ଲ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏବଂ କୁଳସଚିବ ଡ.ଅଭୟ କୁମାର ନାୟକ କମ୍ପ୍ୟୁଟର କେନ୍ଦ୍ର ପରିସରରେ ବୃକ୍ଷରୋପଣ ମଧ୍ୟ କରିଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟର ନୂତନ କମ୍ପ୍ୟୁଟର କେନ୍ଦ୍ରରେ ୪୮ ଜଣ ଛାତ୍ରଛାତ୍ରୀ ଏକା ଥରକେ କମ୍ପ୍ୟୁଟର ବ୍ୟବହାର କରିବାର ସୁଯୋଗ ପାଇପାରିବେ। ଏହାସହିତ ଭିଡ଼ିଓ କନଫରେନ୍ସ ରୁମରେ ହାଇ ସ୍ପିଡ଼ ଇଣ୍ଟରନେଟର ସୁବିଧା ଏବଂ ଗବେଷଣା ସୁବିଧା ଛାତ୍ରଛାତ୍ରୀ ପାଇପାରିବେ ବୋଲି ସୂଚନା ଦିଆଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories