www.samajalive.in
Monday, December 8, 2025
27.1 C
Bhubaneswar

ଚେନାବ ଉପରେ ବିଶ୍ବର ଦୀର୍ଘତମ ରେଳସେତୁ

ଭୁବନେଶ୍ବର : ଚେନାବ ନଦୀ ଉପରେ ବହୁ ପ୍ରତୀକ୍ଷିତ ୩୫୯ ମିଟର (୧,୧୭୮ଫୁଟ) ଉଚ୍ଚ ବିଶିଷ୍ଟ ରେଳସେତୁ ନିର୍ମାଣ ହୋଇଛି। ଏହି ସେତୁ ବିଶ୍ବର ଉଚ୍ଚତମ ରେଳସେତୁ। ଏହାଯୋଗୁଁ ଜମ୍ମୁରୁ ଶ୍ରୀନଗର ପହଞ୍ଚିବାକୁ ମାତ୍ର ସାଢ଼େ ତିନି ଘଣ୍ଟା ସମୟ ଲାଗିବ ବୋଲି ରବିବାର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି। ପ୍ୟାରିସର ଆଇଫିଲ ଟାୱାରଠାରୁ ଏହା ୩୫ମିଟର ଉଚ୍ଚ। ଜମ୍ମୁ-କାଶ୍ମୀରର ରେସି ଜିଲାର ବକ୍କାଲ ଏବଂ କାସୁରୀ ମଧ୍ୟରେ ଥିବା ଆର୍କ ବ୍ରିଜ୍ ନଦୀ କୂଳଠାରୁ ୧,୧୭୮ ଫୁଟ ଉଚ୍ଚରେ ରହିଛି, ଯାହା କାଟ୍ରାଠାରୁ ବାନିହାଲ ପର୍ଯ୍ୟନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ସ୍ଥାପନ କରିଛି। ଏହା ସେତୁ ଦ୍ବାରା ଉଦ୍ଧମପୁର-ଶ୍ରୀନଗର-ବାରମୁଳାକୁ ରେଳ ମାର୍ଗରେ ସଂଯୋଗ କରାଯାଇପାରିବ। ସେତୁ ନିର୍ମାଣ ପାଇଁ ମୋଟ ୩୫,୦୦୦ କୋଟି ଟଙ୍କା ରହିଛି। ଏହାଦ୍ବାରା ଜମ୍ମୁ-କାଶ୍ମୀର ବାସିନ୍ଦାଙ୍କର ଦୁଇ ଦଶନ୍ଧି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ୨୦୦୩ରେ ପ୍ରଥମେ ଏହି ପ୍ରକଳ୍ପ ଅନୁମୋଦନ ହୋଇଥିଲା; କିନ୍ତୁ ସ୍ଥିରତା ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହା ବିଳମ୍ବିତ ହୋଇଥିଲା। ୨୦୦୮ ମସିହାରେ ସର୍ବୋଚ୍ଚ ରେଳ ସେତୁ ନିର୍ମାଣ ପାଇଁ ଚୁକ୍ତିନାମା କରାଯାଇଥିଲା। କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଚେନାବ ରେଳ ସେତୁ ଉପରେ ସମସ୍ତ ପରୀକ୍ଷା ସଫଳ ହୋଇଛି। ନକ୍ସା ପ୍ରସ୍ତୁତ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ ବଡ଼ ଆହ୍ବାନ ଥିଲା। ଏହି ସେତୁରେ ୨୮ ହଜାର ମେଟ୍ରିକ ଟନ ଲୁହା ବ୍ୟବହାର କରାଯାଇଛି। ସେତୁଟି ୨୬୦ କିଲୋମିଟର ବେଗରେ ପବନକୁ ସହ୍ୟ କରିବାକୁ ସକ୍ଷମ ଏବଂ ଏହାର ଆୟୁ ୧୨୦ ବର୍ଷ ହେବ। ଏହି ସର୍ବୋଚ୍ଚ ରେଳ ସେତୁ ନିର୍ମାଣ ଭାରତ ଇତିହାସରେ ପ୍ରଥମ। ଚଳିତ ବର୍ଷ ଡିସେମ୍ବର କିମ୍ବା ୨୦୨୪ ଜାନୁଆରୀ ସୁଦ୍ଧା ସେତୁଟି କାର୍ଯ୍ୟକ୍ଷମ ହୋଇପାରେ ବୋଲି କୁହାଯାଇଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories