www.samajalive.in
Monday, December 8, 2025
27.1 C
Bhubaneswar

ଜମ୍ବେଶ୍ବରପୁର ଗାଁରେ ଆତଙ୍କ

ବାଲେଶ୍ବର : ବାଲେଶ୍ବର ଜିଲା ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତର ଜମ୍ବେଶ୍ବରପୁର ଗଁାରେ ନାମ ଜଣାନଥିବା ପୋକଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ସହସ୍ରାଧିକ ସଂଖ୍ୟାରେ ଏହି ପୋକ ଘର, ବାହାର, ପୋଷାକ, ଖାଦ୍ୟ ଭିତରେ ପଶି ଯାଉଛନ୍ତି ଯେ ଆତଙ୍କିତ ଲୋକେ ଘରେ ପଶିବାକୁ ବି ଡରୁଛନ୍ତି। ପୋକଙ୍କ କାମୁଡ଼ାରେ କୁଣ୍ଡେଇ ହେବା ସହିତ ଫଳି ଯାଉଛି। ଘଟଣା ସମ୍ପର୍କରେ ଜାଣିବା ପରେ ‘ଓୟୁଏଟି’ର ଦୁଇଜଣ ବୈଜ୍ଞାନିକଙ୍କ ସହ କର୍ମକର୍ତ୍ତା ଅଞ୍ଚଳରେ ପହଞ୍ଚି ସ୍ଥିତି ସମୀକ୍ଷା କରି ଫେରି ଯାଉଛନ୍ତି। ଏହି ପୋକ ‘ପେଣ୍ଟାଟୋମିଡ ବଗ୍‌’ ପ୍ରଜାତିର ବୋଲି କହିଛନ୍ତି। କିଛି ବର୍ଷ ପୂର୍ବେ ପ୍ରଦର୍ଶିତ ଇଂରାଜୀ ସିନେମା ‘ମମି ରିଟର୍ଣ୍ଣସ’ରେ ସହସ୍ରାଧିକ ପୋକ ମଣିଷଙ୍କୁ କେଇ ମିନିଟରେ ଖାଇ ଫମ୍ପା କରିଦେଉଥିବା ଭଳି ଦୃଶ୍ୟ ଥିଲା। ବାଲେଶ୍ବର ଅଞ୍ଚଳରେ ଏତେ ସଂଖ୍ୟକ ପୋକଙ୍କୁ ଦେଖି ଲୋକେ ଛାନିଆ ହୋଇ ସେହି ଚଳଚିତ୍ରକୁ ସ୍ମରଣ କରିଛନ୍ତି।
ପ୍ରାୟ ୭ ଦିନ ପୂର୍ବେ ଏହି ପୋକ ପ୍ରଥମେ କାର୍ତ୍ତିକ ବେହେରାଙ୍କ ବାଡିରେ ଦେଖାଯାଇଥିଲା। ପରେ ଘର ଭିତରେ ମଧ୍ୟ ହଜାର ହଜାର ସଂଖ୍ୟାରେ ପଶିଥିଲେ। ପରେ ଏହି ପୋକ ଡାକ୍ତର ପରମାନନ୍ଦ ସେଠୀ, ନରେନ୍ଦ୍ର ସେଠୀ, ଅନନ୍ତ ସେଠୀ, ସୁରେନ୍ଦ୍ର ପ୍ରଧାନ, ହରେନ୍ଦ୍ର ପ୍ରଧାନଙ୍କ ଘର ସହ ବସ୍ତି ଅଞ୍ଚଳରେ ପୂରା ଛାଇ ଯାଇଛନ୍ତି। ଏ ନେଇ ସୁଧାକର ସେଠୀ କହିଛନ୍ତି ଯେ ମାଛି ଆକୃତିର ଏହି ପୋକ ଅଜଣା ସ୍ଥାନରୁ ଅାସୁଛନ୍ତି। କେଉଁଠୁ ବାହାରୁଛନ୍ତି ଜଣାପଡ଼ୁ ନାହାନ୍ତି। ସେମାନଙ୍କର ଡେଣା ଅଛି, କିନ୍ତୁ ଉଡ଼ି ପାରୁ ନାହାନ୍ତି। କେବଳ ଚାଲି ଚାଲି ଘର ବାହାରେ ଭର୍ତ୍ତି ହୋଇଯାଉଛନ୍ତି। କୌଣସି ଖାଦ୍ୟ ଦ୍ରବ୍ୟ ଖାଉ ନାହାନ୍ତି କି ନଷ୍ଟ କରୁ ନାହାନ୍ତି। ତେବେ ପୋକ ସାର୍ଟ ପ୍ୟାଣ୍ଟ ଭିତରେ ପଶି ଯାଇ କାମୁଡ଼ି ଦେଉଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଗଁା ଲୋକେ ଦାବି କରିଛନ୍ତି। ବସ୍ତିରେ ଲକ୍ଷାଧିକ ପୋକଙ୍କ ଦୌରାତ୍ମ୍ୟ ଜାଣିବା ପରେ ‘ଓୟୁଏଟି’ କୁଳପତିଙ୍କ ନିର୍ଦେଶ କ୍ରମେ ଦୁଇ ବୈଜ୍ଞାନିକଙ୍କ ନେତୃତ୍ବରେ ‘କୃଷି ବିଜ୍ଞାନ କେନ୍ଦ୍ର’ରୁ ଗୋଟିଏ ଦଳ ଆସିଥିଲା। ସେମାନେ ନମୁନା ସଂଗ୍ରହ କରି ଫେରି ଯାଇଛନ୍ତି। ଏହି ପୋକକୁ ସେମାନେ ‘ପେଣ୍ଟାଟୋମିଡ ବଗ’ ପ୍ରଜାତିର ପୋକ ବୋଲି କହିଛନ୍ତି। ବର୍ଷା ପରେ ପୋକଙ୍କ ସଂଖ୍ୟା ବଢ଼ି ଯାଉଥିବାରୁ ଖରା ହେଲେ ପୋକ ମରିଯିବା ବା ପଳେଇ ଯିବାର ସମ୍ଭାବନା ରହିଛି ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ବ୍ଲିଚିଂ ବା ଫିନାଇଲ ପକାଇେଲ ପୋକ ମାନୁ ନାହାନ୍ତି। କିନ୍ତୁ ନର୍ଦିଷ୍ଟ କିଛି ପ୍ରକାର ବିଷ ପକାଇଲେ ମରି ଯାଉଛନ୍ତି। ହେଲେ କିଛି ସମୟ ପରେ ପୁଣି ଆସି ଯାଉଛନ୍ତି। ସେମାନେ ଏତେ ସଂଖ୍ୟାରେ ବାହାରୁଛନ୍ତି ଯେ ଦେଖିଲେ ଭୟ ଲାଗୁଛି। ରୋଷେଇ କରିବାକୁ ଦେଉ ନାହାନ୍ତି। ତୁରନ୍ତ ଏଥିପ୍ରତି ପ୍ରତିକାର ନକଲେ ଅଧିକ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବା ଗଁା ଲୋକେ କହିଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories