www.samajalive.in
Monday, December 8, 2025
20.1 C
Bhubaneswar

୪ ମଇଁଷିଙ୍କୁ ମାରିଲା ମହାବଳ

ପାଟଣା: ମାସକ ପରେ ପୁଣି ଅଟେଇ ସଂରକ୍ଷିତ ଜଙ୍ଗଲରେ ନିଜର ସ୍ଥିତି ଜାହିର କରିଛି ମହାବଳ ବାଘ। ଏକା ଥରକେ ୪ଟି ମଇଁଷିକୁ ମାରିବା ପରେ ଗୋଟିଏ ମଇଁଷିକୁ ପୁରା ଖାଇଦେଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲ ବାଇଗଣପାଳ ବିଟ ବଡଜାମୁପଶି ଜଙ୍ଗଲରେ ମହାବଳ ବାଘ ଥିବା ସୂଚନା ମିଳିଛି। ନିକଟସ୍ଥ ଗ୍ରାମର ଜଣେ ବ୍ୟକ୍ତି ମଇଁଷି ଚରାଇବାକୁ ଜଙ୍ଗଲକୁ ଯାଇଥିଲେ। ମହାବଳ ବାଘ ମଇଁଷି ଦଳକୁ ଆକ୍ରମଣ କରିଥିଲା। ଫଳରେ ୪ଟି ମଇଁଷି ପ୍ରାଣ ହରାଇଥିବା ବେଳେ ୩ଟି ମଇଁଷି ଆହତ ଅବସ୍ଥାରେ ଫେରି ଥିଲେ। ୪ଟି ମୃତ ମଇଁଷିଙ୍କ ମଧ୍ୟରୁ ଗୋଟିଏ ମଇଁଷିକୁ ମହାବଳ ସମ୍ପୂର୍ଣ୍ଣ ଖାଇଦେଇଛି। ଏକାଥରକେ ଏକାଧିକ ମଇଁଷିକୁ ଆକ୍ରମଣ କରାଯାଇଥିବାରୁ ଅଧିକ ସଂଖ୍ୟାରେ ବାଘ ଅଥବା ବାଘୁଣୀ ମଧ୍ୟ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ଖବର ପାଇ ଆଜି କେନ୍ଦୁଝର ଡିଏଫଓ ଏଚଡି ଧନରାଜ, ଘଟଗାଁ ରେଞ୍ଜର ପ୍ରଭାତ କୁଅଁର ବନ କର୍ମଚାରୀମାନଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ବାଘ ଆକ୍ରମଣରେ ମଇଁଷିଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଥିବା ବନ ବିଭାଗ ସୂଚନା ଦେଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories