www.samajalive.in
Tuesday, December 9, 2025
16.1 C
Bhubaneswar

ସିନିୟର ଫିଡେ ରେଟିଂ ରାଜ୍ୟସ୍ତରୀୟ ଚେସ୍‍: ରାଜେଶ ଚମ୍ପିଆନ

ବୌଦ୍ଧ: ରାଜ୍ୟ ଚେସ ଆସୋସିଏସନ ସହଯୋଗରେ ବୌଦ୍ଧଜିଲା ଚେସ ଆସିଏସନ ପକ୍ଷରୁ ବୌଦ୍ଧ ଇନଡୋର ଷ୍ଟାଡିୟମରେ ଚାଲିଥିବା ୫୯ତମ ସିନିୟର ଫିଡେ ରେଟିଂ ରାଜ୍ୟସ୍ତରୀୟ ଚେସ ପ୍ରତିଯୋଗିତା ମଙ୍ଗଳବାର ଉଦ୍‍ଯାପିତ ହୋଇଯାଇଛି। ପ୍ରତିଯୋଗିତାରେ ପୁରୀର ରାଜେଶ ନାଏକ ଚମ୍ପିଆନ ହୋଇଥିବା ବେଳେ, ପୁରୀର ବୈଭବ ମିଶ୍ର ୨ୟ, ଖୋର୍ଦ୍ଧାର ରୁତୁମ୍ବରା ବିଭାର ୩ୟ ଓ କେନ୍ଦ୍ରାପଡାର ସ୍ମାରକୀ ମହାନ୍ତି ୪ର୍ଥ ସ୍ଥାନ ଅଧିକାର କରିଥିଲେ। ଚମ୍ପିଆନ ୮ ହଜାର, ରନର୍ସଅପ୍‍ ୫ ହଜାର, ୩ୟ ପ୍ରତିଯୋଗୀକୁ ୪ ହଜାରଓ ୪ର୍ଥ ପ୍ରତିଯୋଗୀଙ୍କୁ ୩ ହଜାର ଟଙ୍କା ସହ ଟ୍ରଫି ମିଳିଥିଲା। ଏହି ପ୍ରତିଯୋଗିତାରେ ବରଗଡର ଦୃଷ୍ଟିହୀନ ଚେସ ଖେଳାଳିଙ୍କୁ ମଧ୍ୟ ଚେସ୍‍ ଆସୋସଏସନ ପକ୍ଷରୁ ମାନପତ୍ର ଓ ଉପଢୌଙ୍କନ ଦେଇ ପରୁସ୍କୃତ କରାଯାଇଥିଲା। ୫ମ ସ୍ଥାନରେ ଖୋର୍ଦ୍ଧାର ରାକେଶ କୁମାର ନାଏକ, ୬ଷ୍ଠ ସ୍ଥାନରେ କଟକର ରବୀନ୍ଦ୍ର କୁମାର ଓଝା, ୭ମ ସ୍ଥାନରେ କିସର ମହିନ୍ଦ୍ର କାର୍ଜୀ, ୮ମ ସ୍ଥାନରେ ପୋଷ୍ଟାଲର ମନୋଜ କୁମାର ପାଣିଗ୍ରାହୀ, ୯ମ ସ୍ଥାନରେ ଢେଙ୍କାନାଳର ବିଶାଳ ପଟନାୟକ ଓ ୧୦ମ ସ୍ଥାନରେ ଥିବା କିସର ତପନ ବଡମୁଣ୍ଡି ପୁରସ୍କୃତ ହୋଇଥିଲେ।
ଉଦଯାପନ ଉତ୍ସବରେ ବାଚସ୍ପତି ପ୍ରଦୀପ କୁମାର ଅମାତ ମୁଖ୍ୟଅତିଥି ଥିଲେ। ଜିଲାପାଳ ସୀତାଂଶୁ କୁମାର ରାଉତ ଓ ପ୍ରକଳ୍ପ ନିର୍ଦେଶକ ରାଜନ୍ଦ୍ରେ କୁମାର ପଟନାୟକ ଉପସ୍ଥିତ ଥିଲେ। ରାଜ୍ୟ ଚେସ ଆସୋସିଏସନର ଉପସଭାପତି ରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲା ଚେସ ଏସୋସିଏସନର ସମ୍ପାଦକ ଶଙ୍କର ପ୍ରସାଦ ମିଶ୍ର , ରାଜ୍ୟ ଚେସ୍‍ ଆସୋସିଏସନର କୋଷାଧ୍ୟକ୍ଷ ଜି.ସି. ମହାପାତ୍ର, ଆର୍ବିଟର ଭବେଶ ମହାନ୍ତି ଓ ନିହାର ସାସମଲ, ଜିଲା ଚେସ ଆସୋସିଏସନର ସଦସ୍ୟ ଯଦୁମଣି ପ୍ରଧାନ ଓ ଜିଲା କାର୍ଯ୍ୟକାରୀ ସଦସ୍ୟ ଗଜେନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ। କାର୍ଯ୍ୟକାରୀ ସଦସ୍ୟ ଗଜେନ୍ଦ୍ର କୁମାର ସାହୁ ଧନ୍ୟବାଦ ଦେଇଥିଲେ। ପ୍ରତିଯୋଗିତାରେ ପ୍ରଥମ ୪ ଜଣ ଜାତୀୟ ସ୍ତରରେ ଭାଗନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories