ଧାମରା: ଧାମରା ନିକଟସ୍ଥ କରଞମାଳ ଫାଣ୍ଡି ମଧ୍ୟରେ କାର୍ଯ୍ୟରତ କନେଷ୍ଟବଳ ମାନଙ୍କ ମଦର ଆସର ଜମିବାରେ ଲାଗିଛି। ଏହି କଥା ଆମେ କହୁ ନଥିବା ବେଳେ ଏହି ମଦ ପିଇବା ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କେଉଁ ପରିସ୍ଥିତିରେ ଏହି ମଦ ପିଇବାରେ ଦୃଶ୍ୟ କିଏ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ପ୍ରଚାର କଲା ତାହାକୁ ନେଇ ତନାଘନା ଚାଲିଛି। ମିଳିଥିବା ଦୃଶ୍ୟରୁ ଦେଖିବାକୁ ମିଳିଛି କରଞମାଳ ଫାଣ୍ଡିରେ ଥିବା ୩ କନେଷ୍ଟବଳ ଫାଣ୍ଡି ମଧ୍ୟରେ ମଦ ପିଉଥିବା ସମୟରେ ଦୃଶ୍ୟ। ଏହି ବିଷୟରେ ସଂପୃକ୍ତ କନେଷ୍ଟବଳଙ୍କୁ ଫୋନ କରିବାରୁ ସେ କିଛି ଉତ୍ତର ଦେବାକୁ ମନା କରିଦେଇଥିଲେ।
ଅନ୍ୟ ପକ୍ଷରେ କରଞମାଳ ଫାଣ୍ଡିରେ କାର୍ଯ୍ୟରତ ସହକାରୀ ସବଇନ୍ସପେକ୍ଟର ବି ଏନ ହେମ୍ବ୍ରମଙ୍କ ସହ ଯୋଗାଯୋଗ କରିବାରୁ ଏହି ଭିଡିଓ ପୁରୁଣା ଭଳି ମନେ ହେଉଥିବା କଥା କହିଥିବା ବେଳେ ସେ ତାଙ୍କର ମା’ଙ୍କ ଦେହାନ୍ତ ହୋଇଥିବା ସମୟରେ ଛୁଟିରେ ଥିଲେ। ଏହା ଗତ ମାସର ଘଟଣା ହୋଇ ଥାଇପାରେ ବୋଲି କହିବା ସହ ଏହି ଭିଡିଓ ସେହି ସମୟର ବୋଲି ନିଜର ମତ ରଖିଥିଲେ। କେଉଁ ପରିସ୍ଥିତିରେ କରଞମାଳ ଫାଣ୍ଡିରେ ଜୈନିକ କନେଷ୍ଟବଳ ମଦ ପିଇବା ସହ ଫାଣ୍ଡି ମଧ୍ୟରେ ମଧ୍ୟ କିଛି ଫାଙ୍କା ମଦ ବୋତଲ ଗଡ଼ୁଥିବାରୁ ଦୃଶ୍ୟ ମଧ୍ୟ ଏହି ଭିଡିଓରେ ଭାଇରାଲ ହେବାରେ ଲାଗିଛି। ତୁରନ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏଥିପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ନେବାକୁ ସର୍ବସାଧାରଣରେ ଦାବୀ ହୋଇଛି।



