www.samajalive.in
Monday, December 8, 2025
27.1 C
Bhubaneswar

ସମଲିଙ୍ଗୀ ବିବାହକୁ ସ୍ବୀକୃତି ସମ୍ପର୍କିତ ଆବେଦନକୁ କେନ୍ଦ୍ରର ବିରୋଧ, ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ସ୍ବୀକୃତି ସମ୍ପର୍କିତ ଆବେଦନକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଜବାବ ଦାଖଲ କରି ସମସ୍ତ ୧୫ଟି ଆବେଦନକୁ ବିରୋଧ କରିଛନ୍ତି। କେନ୍ଦ୍ର କହିଛି, ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦିଆଯାଇପାରିବ ନାହିଁ। ଏହା ଭାରତୀୟ ପରିବାରର ରୀତି ନୀତି ବିରୁଦ୍ଧରେ। ଭାରତୀୟ ପରିବାର ପତି-ପତ୍ନୀ ଓ ସେମାନଙ୍କଠାରୁ ଜନ୍ମିତ ପିଲାମାନଙ୍କୁ ନେଇ ଗଠିତ।

ଜୀବନ ସାଥୀ ଭାବେ ଏକାଠି ରହିବା ଏବଂ ସମଲିଙ୍ଗୀ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସ୍ୱାମୀ, ସ୍ତ୍ରୀ ଏବଂ ପିଲାମାନଙ୍କୁ ନେଇ ଗଠିତ ଭାରତୀୟ ପରିବାରର ବିରୁଦ୍ଧାଚରଣ କରୁଛି। ଭାରତୀୟ ପରିବାରର ରୀତିନୀତି ଓ ଚଳଣି ସାଧାରଣତଃ ଏକ ପୁରୁଷକୁ ‘ସ୍ୱାମୀ’, ମହିଳାକୁ ‘ସ୍ତ୍ରୀ’ ଭାବେ ବିବେଚନା କରିଥାଏ ଏବଂ ଦୁଇଜଣଙ୍କର ମିଳନରୁ ଶିଶୁ ଜନ୍ମ ହୋଇଥାଏ। ପୁରୁଷ ଜନ୍ମିତ ଶିଶୁର ପିତା ଓ ମହିଳା ମାଆ ଭାବେ ଜଣାଯାଇଥାଏ।

- Advertisement -

ନିଜ ୫୬ ପୃଷ୍ଠାର ସତ୍ୟପାଠରେ ସରକାର କହିଛନ୍ତି ଯେ, ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ସେମାନଙ୍କର ଅନେକ ନିଷ୍ପତ୍ତିରେ ବ୍ୟକ୍ତିଗତ ସ୍ୱାଧୀନତାର ବ୍ୟାଖ୍ୟା ସ୍ପଷ୍ଟ କରିଛନ୍ତି। ଏହି ନିଷ୍ପତ୍ତିଗୁଡିକୁ ଦୃଷ୍ଟିରେ ରଖି ଏହି ଆବେଦନକୁ ମଧ୍ୟ ଖାରଜ କରାଯିବା ଉଚିତ୍। କାରଣ ସେଥିରେ ଶୁଣାଣି କରିବା ଯୋଗ୍ୟ କୌଣସି ତଥ୍ୟ ନାହିଁ। ଯୋଗ୍ୟତା ଆଧାରରେ ମଧ୍ୟ ଏହାକୁ ଖାରଜ କରିବା ଉଚିତ।

ଆଇନରେ ଉଲ୍ଲେଖ ନିୟମ ଅନୁଯାୟୀ ମଧ୍ୟ ସମଲିଙ୍ଗୀ ବିବାହକୁ ମାନ୍ୟତା ଦିଆଯାଇପାରିବ ନାହିଁ। କାରଣ ଏଥିରେ ସ୍ୱାମୀ-ସ୍ତ୍ରୀଙ୍କ ସଂଜ୍ଞା ଲିଙ୍ଗଗତ ଭାବେ ସ୍ଥିରୀକୃତ କରାଯାଇଛି। ସେହି ଅନୁଯାୟୀ, ଉଭୟଙ୍କର ଆଇନଗତ ଅଧିକାର ମଧ୍ୟ ଅଛି। ସମଲିଙ୍ଗୀ ବିବାହରେ ବିବାଦ ହେଲେ ସ୍ୱାମୀ-ସ୍ତ୍ରୀଙ୍କୁ କିପରି ପୃଥକ ଭାବରେ ବିଚାର କରାଯାଇପାରିବ? ଏହି ମାମଲାରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିବେ।

 

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories