www.samajalive.in
Monday, December 8, 2025
20.1 C
Bhubaneswar

ସର୍ବଭାରତୀୟ ଭଲିବଲ: କ୍ରୀଡ଼ା ଛାତ୍ରାବାସ ଚମ୍ପିଆନ

ଭୁବନେଶ୍ୱର: ଲିଙ୍ଗରାଜ ସ୍ପୋର୍ଟସ ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ଖେଳପଡ଼ିଆରେ ଚାଲିଥିବା ୧୧ଶ ଏଲଏସ୍‍ଏ ସର୍ବଭାରତୀୟ ଆମନ୍ତ୍ରଣୀୟ ଭଲିବଲ ପ୍ରତିଯୋଗିତା ଉଦ୍‍ଯାପିତ ହୋଇଯାଇଛି। ଏଥିରେ କ୍ରୀଡ଼ା ଛାତ୍ରାବାସ ଭୁବନେଶ୍ୱର ଚମ୍ପିଆନ ଓ ଆନ୍ଧ୍ରପ୍ରଦେଶ ରନର୍ସଅପ ହୋଇଛି। ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‍ରେ କ୍ରୀଡ଼ା ଛାତ୍ରାବାସ ଭୁବନେଶ୍ୱର ୩-୦ ସେଟ୍‍ରେ ଆନ୍ଧ୍ରପ୍ରଦେଶକୁ ପରାସ୍ତକରି ଚମ୍ପିଆନ ହୋଇଛି। ସେମିଫାଇନାଲରେ କ୍ରୀଡ଼ା ଛାତ୍ରାବାସ ଭୁବନେଶ୍ୱର ୨-୧ ସେଟ୍‍ରେ ପୂର୍ବତଟ ରେଳବାଇକୁ ଓ ଆନ୍ଧପ୍ରଦେଶ ୩-୧ ସେଟ୍‍ରେ ଛତିଶଗଡ଼କୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଥିଲେ। ଅତିଥି ଭାବେ ଓଡ଼ିଶା ଭଲିବଲ ସଂଘର ସଭାପତି ସୁବୋଧ କୁମାର ରାଉତ, କିଟ୍‍ କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାଶ, କ୍ରୀଡ଼ା ସଂଗଠକ ନବରଞ୍ଜନ ପଟ୍ଟନାୟକ, ବାବୁ ସିଂହ ପ୍ରମୁଖ କୃତୀ ଦଳକୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଜାତୀୟ ଓ ଅନ୍ତର୍ଜାତୀୟ ଭଲିବଲ ଖେଳାଳି ସୃଷ୍ଟି କରିଥିବା ସମରେନ୍ଦ୍ର ମହାପାତ୍ରଙ୍କୁ ଜୀବନବ୍ୟାପୀ ସେବା ସମ୍ମାନ ସହିତ ରାଜ୍ୟ ରେଫରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୫ଜଣ ରେଫରୀଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ସୁବାସ ମିଶ୍ର ଓ ନିହାର ମହାନ୍ତି ଧନ୍ୟବାଦ ଦେଇଥିଲେ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories