ସମ୍ବଲପୁର: ସମ୍ବଲପୁର ପୁଲିସ ଓ ଡିଜେ ସାଉଣ୍ଡ ମାଲିକ ମାନଙ୍କ ସହିତ ଶୁକ୍ରବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଟାଉନ ଥାନା ପରିସରରେ ଆୟୋଜିତ ଏହି ବୈଠକରେ ସଦର ଏସଡିପିଓ ପ୍ରଦୀପ ସାହୁ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶ କ୍ରମେ ଡିଜେ ସାଉଣ୍ଡ ବଜାଉଥିବା ମାଲିକ ମାନେ ଏଣିକି କମ ଶବ୍ଦରେ ଡିଜେ ବଜାଇବା ସହିତ ରାତ୍ରି ୧୦ଟା ସୁଦ୍ଧା ତାହା ବନ୍ଦ କରିବେ। ଏଣୁ ଡିଜେ ସାଉଣ୍ଡ ବୁକ କରୁଥିବା ବ୍ୟକ୍ତି ମାନେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ସହମତି ପ୍ରକାଶ କରିବେ। ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି। ଏହି ବୈଠକରେ ଟାଉନ ଥାନାଧିକାରୀ ପ୍ରକାଶ କୁମାର କର୍ଣ୍ଣ, ଅଇଁଠାପାଲି ଥାନାଧିକାରୀ ଯୋଗେଶ ପଣ୍ଡା, ଧନୁପାଲି ଥାନାଧିକାରିଣୀ ଅନୀତା ପ୍ରଧାନ, କ୍ଷେତରାଜପୁର ଥାନାଧିକାରିଣୀ ମମତା ନାୟକ, ବରେଇପାଲି ଥାନାଧିକାରୀ ଧିରେନ୍ଦ୍ର ସ୍ୱାଇଁ ଓ ସଦର ଥାନାଧିକାରିଣୀ ଅନୀତା ପଟନିଆ ଅଂଶଗ୍ରହଣ କରିଥିଲେ।
Popular Categories



