www.samajalive.in
Monday, December 8, 2025
27.1 C
Bhubaneswar

ରାସ୍ତା ମରାମତି ଓ ପ୍ରଶସ୍ତିକରଣ ଦାବି 

ସମ୍ବଲପୁର : ସମ୍ବଲପୁରର ଉପକଣ୍ଠସ୍ଥ ମାଝୀପାଲି ତାଲବ ରାସ୍ତାରୁ ତାଲବ ଗ୍ରାମ ପର୍ଯ୍ୟନ୍ତ ରାସ୍ତାର ମରାମତି ଓ ପ୍ରଶସ୍ତିକରଣ ଦାବି କରାଯାଇଛି। ସୋମବାର ଜିଲାପାଳଙ୍କ ନିକଟରେ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ଉପଯୁକ୍ତ ରାସ୍ତା ନିର୍ମାଣ ସକାଶେ ଶାସନ ସର୍କଲର ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ଜମି ଚିହ୍ନଟ କରାଯାଇଥିବା ବେଳେ , ଏହି ରାସ୍ତାର ଉନ୍ନତିକରଣ କରାଯାଉ ନାହିଁ। ଏହି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ପାଇଁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ବେଳେ ରାସ୍ତା ମଧ୍ୟରେ ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଗୁଡିକ ରହିଛି। ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଥିବା ଏହି ରାସ୍ତାରେ ଅଞ୍ଚଳବାସୀ ଜୀବନକୁ ବାଜି ଲଗାଇ ନାହିଁ ନ ଥିବା ଅସୁବିଧା ମଧ୍ୟରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଏଣୁ ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଜିଲାପାଳଙ୍କୁ ପ୍ରଦତ୍ତ ଦାବି ପତ୍ରରେ ଦିନେଶ କୁମାର ଭୋଇ, ଦୀପକ ପଟେଲ, ପ୍ରଶାନ୍ତ କୁମାର ଚଇନି, ଶିବ ନାରାୟଣ ପାଣ୍ଡେ, ଗଦାଧର ଭୋଇ, ଶିବାନନ୍ଦ ଚଇନିଙ୍କ ସମେତ ଅନ୍ୟ ଅଞ୍ଚଳବାସୀଙ୍କ ଦସ୍ତଖତ ରହିଛି।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories