www.samajalive.in
Thursday, December 11, 2025
27.1 C
Bhubaneswar

ଜିଲାପାଳଙ୍କ ଆଉଏକ ଅଭିନବ ପ୍ରୟାସ, ଜୀବିକା ଯୋଜନାରେ ଅଣ୍ଡାଦିଆ କୁକୁଡ଼ା ପାଳନ ଆରମ୍ଭ

ଫୁଲବାଣୀ: ମିଶନ ଜୀବିକା ଆନୁକୂଲ୍ୟରେ କନ୍ଧମାଳ ଜିଲା ଜାମଝରି ଠାରେ ୧୫୦୦ କ୍ଷମତା ବିଶିଷ୍ଟ ଅଣ୍ଡା ଦିଆ କୁକୁଡ଼ା ପାଳନ କେନ୍ଦ୍ର ଉଦଘାଟିତ ହୋଇଛି। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କେନ୍ଦ୍ର ଉଦଘାଟନ କରିଛନ୍ତି। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ବାରା ପରିଚାଳିତ ମିଶନ ଜୀବିକା ଯୋଜନା ଦ୍ୱାରା ହାତକୁ ନିଆଯାଇଥିବା ଏହି ପ୍ରକଳ୍ପ ଦ୍ବାରା ଜିଲାରେ ଅଣ୍ଡାର ଆବଶ୍ୟକ ପୂରଣ କରିବା ପାଇଁ ପ୍ରୟାସ କରାଯାଉଛି।

କନ୍ଧମାଳ ଜିଲାପାଳ ଆଶୀଷ ଇଶ୍ବର ପାଟିଲଙ୍କ ପ୍ରେରଣାରେ ଆରମ୍ଭ ଏହି ଅଭିନବ ପ୍ରୟାସରେ ଡୋକରା ସ୍ୱୟଂ ସହାୟକ ଗୋଷ୍ଟିର ସଦସ୍ୟା ଫାର୍ମର ପରିଚାଳନା ଦାୟିତ୍ୱ ନେଇଛନ୍ତି। ଏହାଦ୍ବାରା ସେମାଙ୍କର ଆର୍ଥିକ ଉନ୍ନତି ହୋଇ ପାରିବ ବୋଲି ଏ ଅବସରରେ ପ୍ରକଳ୍ପ ପ୍ରଶାସକ ନରେଶ ଚନ୍ଦ୍ର ଶବର ପ୍ରକାଶ କରିଥିଲେ। ଜିଲ୍ଲା ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ସମସ୍ତ ବୈଷୟିକ ଜ୍ଞାନ କୌଶଳ ଯୋଗାଇ ଦିଆଯିବ ବୋଲି ପ୍ରାଣୀ ଚିକିତ୍ସାକ ଡା ଅଳକା ପଟ୍ଟନାୟକ ଓ ଡ଼ା ସନ୍ତୋଷ ପଟ୍ଟନାୟକ କହିଥିଲେ।

- Advertisement -

ଦୁତିପଡା ସରପଞ୍ଚ ଜାନକୀ ଯାନୀ, ଖଜୁରୀପଡା ମିଶନ ଶକ୍ତି ସଂଯୋଜକ କଲ୍ୟାଣୀ ଦାସ ନିଜ ନିଜ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ଆଇଟିଡିଏର ଜୀବିକା ବିଶେଷଜ୍ଞ ବୈଦ୍ୟନାଥ ଖଟୁଆ ପରିଚାଳନା କରିଥିବା ବେଳେ ନେତ୍ର ପ୍ରଧାନ ଧନ୍ୟବାଦ ଦେଇଥିଲେ।

ଏହି ଯୋଜନା ମାଧ୍ୟମରେ ଫୁଲବାଣୀ , ଖଜୁରିପଡ଼ା ଓ ଫିରିଙ୍ଗିଆ ବ୍ଳକର ୭ଟି ସ୍ଥାନରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପକ୍ଷରୁ ଏହି ଅଣ୍ଡାଦିଆ କୁକୁଡ଼ା ପାଳନ ଆରମ୍ଭ ହେବ । ଏହି ଅଣ୍ଡାଦିଆ କୁକୁଡ଼ା ଦ୍ୱାରା ବର୍ଷିକୁ ଗୋଟିଏ କୁକୁଡ଼ା ୩୦୦ ରୁ ୩୩୦ଟି ଅଣ୍ଡାଦେବ ବୋଲି କୁହାଯାଇଛି। ଯେଉଁ ଅଣ୍ଡା ଆଦାୟ ହେବ ତାହା ଉପରୋକ୍ତ ତିନୋଟି ବ୍ଳକର ଆଶ୍ରମ ଓ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କୁ ଅଣ୍ଡା ପ୍ରଦାନ କରାଯିବ।

ବିଭିନ୍ନ ସମୟରେ ଅଣ୍ଡାର ମୂଲ୍ୟକୁ ନେଇ ନାନା ସମସ୍ୟା ସୃଷ୍ଟି ହେଉଥିବା ବେଳେ ଏହାକୁ କିଛି ମାତ୍ରରେ ସୁଧାର ଆଣିବା ପାଇଁ ଏଭଳି ଏକ ପ୍ରୟାସ କରାଯାଇଥିବା ଆଇଟିଡ଼ିଏ ପକ୍ଷରୁ କୁହାଯାଇଛି। ପ୍ରଦାନ କରାଯାଉଥିବା କୁକୁଡ଼ା ହାଇଦ୍ରାବାଦରୁ ଆସିଥିବାବେଳେ ଅଳ୍ପ ଦିନ ମଧ୍ୟରେ ଅନ୍ୟ ୬ଟି ସ୍ଥାନରେ ଆରମ୍ଭ ହେବ। ବର୍ତ୍ତମାନ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ କୁକୁଡ଼ା ଦେବା ସହିତ ଯେଉଁ ଠାରେ କୁକୁଡ଼ା ଚାଷ କରିବେ ତାହା ଉନ୍ନତିକରଣ, ଅଣ୍ଡାଦେବା ପର୍ଯ୍ୟନ୍ତ କୁକୁଡ଼ା ଖାଦ୍ୟ, କୁକୁଡ଼ା ପିଞ୍ଜରା ଭଳି ବିଭିନ୍ନ ସହାୟତା ଯୋଗାଇ ଦିଆଯାଇଛି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories