www.samajalive.in
Monday, December 8, 2025
27.1 C
Bhubaneswar

ବିବିସିର କାର୍ଯ୍ୟାଳୟରେ ଆୟକର ବିଭାଗର ଚଢାଉ

ନୂଆଦିଲ୍ଲୀ : ବିବିସିର ଦିଲ୍ଲୀ କାର୍ୟ୍ୟାଳୟରେ ଆୟକର ବିଭାଗ ମଙ୍ଗଳବାର ଚଢାଉ କରିଥିବା ନେଇ ଖବର ମିଳିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିବିସିର କାର୍ୟ୍ୟାଳୟକୁ ସିଲ୍ କରାଯାଇଛି ଏବଂ ସମସ୍ତ କର୍ମଚାରୀଙ୍କ ଫୋନ୍ ଜବତ କରାଯାଇଛି। କର୍ମଚାରୀମାନଙ୍କୁ ଘରକୁ ଯିବାକୁ କୁହାଯାଇଛି। ଏହି ଚଢାଉ ସମ୍ପର୍କରେ ବିବିସିର ଲଣ୍ଡନ ମୁଖ୍ୟାଳୟକୁ ମଧ୍ୟ ସୂଚନା ଦିଆଯାଇଛି। ଦିଲ୍ଲୀ ସହିତ ଆୟକର ବିଭାଗ ମୁମ୍ବାଇର ବିବିସି କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୬୦-୭୦ ସଦସ୍ୟଙ୍କୁ ନେଇ ଆୟକର ବିଭାଗ ଟିମ୍ ବିବିସି କାର୍ୟ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। କାର୍ୟ୍ୟାଳୟ ଭିତରକୁ ଓ ବାହାରକୁ ଯିବାକୁ ମଧ୍ୟ ରୋକ୍‌‌ ଲଗାଯାଇଛି। ଅନ୍ୟପକ୍ଷରେ ବିବିସିରେ ଆୟକର ବିଭାଗ ଚଢାଉ ଖବର ପାଇବା ପରେ କଂଗ୍ରେସ ଦଳ ସରକାରଙ୍କ ଉପରେ ବର୍ଷିଛି। କଂଗ୍ରେସ ଟ୍ୱିଟ୍ କରି କହିଛି, ପ୍ରଥମେ ସେମାନେ ବିବିସିର ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଏବଂ ବର୍ତ୍ତମାନ ଆୟକର ବିଭାଗ ବିବିସି ଉପରେ ଚଢାଉ କରିଛି। ଏହା ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି।

 

- Advertisement -

 

Hot this week

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

Related Articles

Popular Categories