www.samajalive.in
Monday, December 8, 2025
27.1 C
Bhubaneswar

ହାହାକାର ପରିସ୍ଥିତିରେ ପୁଣି ଭୂକମ୍ପ ଝଟକା ; ସେପଟେ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : ବିନାଶକାରୀ ଭୂକମ୍ପରେ ତୁର୍କୀ-ସିରିଆରେ ହାହାକାର ପରିସ୍ଥିତି ଲାଗି ରହିଛି। ରିପୋର୍ଟ ଅନୁଯାୟୀ, ତୁର୍କୀର ଦକ୍ଷିଣ-ପୂର୍ବ ଅଞ୍ଚଳ କହରାମନମରାମରେ ରବିବାର ପୁଣି ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୭ ରେକର୍ଡ କରାଯାଇଛି। ତୁର୍କୀର କହରାମନମରାମ ସହର ଠାରୁ ୨୪ କିଲୋମିଟର ଦୂର ଦକ୍ଷିଣରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଛି।
ସେପଟେ ବିନାଶକାରୀ ଭୂକମ୍ପରେ ବଢି ଚାଲିଛି ମୃତ୍ୟୁ ସଂଖ୍ୟା। ଏଯାଏଁ ମୃତ୍ୟୁ ସଂଖ୍ୟା ୩୪ ହଜାର ଅତିକ୍ରମ କରି ସାରିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହାସହ ଭୂକମ୍ପ କାରଣରୁ ପ୍ରାୟ ୨୫ ହଜାରରୁ ଅଧିକ ଅଟ୍ଟାଳିକା ଧ୍ୱଂସ ହୋଇ ସାରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସହ ଅନ୍ୟ ବିଶେଷଜ୍ଞ ସଂସ୍ଥାନଙ୍କ ଅନୁମାନ ଅନୁଯାୟୀ ମୃତ୍ୟୁ ସଂଖ୍ୟା ୫୦ ହଜାରରୁ ଅଧିକ ହୋଇପାରେ। ଉଦ୍ଧାର କାର୍ଯ୍ୟ ସହ ଆହତଙ୍କ ଚିକିତ୍ସା ଜାରି ରହିଛି।

 

- Advertisement -

 

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories