www.samajalive.in
Monday, December 8, 2025
27.1 C
Bhubaneswar

ଶାବରୀମାଳାରେ ମହିଳାଙ୍କ ପ୍ରବେଶ ରାୟକୁ ସମର୍ଥନ କରିବାରୁ ବାବାଙ୍କ ଆଶ୍ରମ ପୋଡ଼ି ଦେଲେ ଦୁର୍ବୃତ୍ତ

ଥିରୁଭାନନ୍ତପୁରମ : କେରଳର ପ୍ରସିଦ୍ଧ ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ଆରମ୍ଭ ହୋଇଥିବା ବିରୋଧ ଏବେ ଉଗ୍ରରୂପ ନେଇଛି। ପ୍ରଜନନକ୍ଷମ ମହିଳାଙ୍କୁ ଶାବରୀମାଳାରେ ପ୍ରବେଶ ଅନୁମତି ପ୍ରଦାନ ସମ୍ବନ୍ଧୀୟ ସୁପ୍ରିମକୋର୍ଟଙ୍କ ରାୟକୁ ସମର୍ଥନ କରିବାରୁ ରାଜ୍ୟର ଜଣେ ଭବିଷ୍ୟବକ୍ତା ବାବାଙ୍କ ଆଶ୍ରମକୁ କେତେକ ଦୁବୃର୍ତ୍ତ ଜାଳି ଦେଇଛନ୍ତି। ଶୁକ୍ରବାର ରାତି ଦୁଇଟାରେ ଘଟିଛି ଏହି ଘଟଣା। ସଂଖ୍ୟାଧିକ ଅଜ୍ଞାତ ଲୋକ ଏହି ଆଶ୍ରମ ଉପରେ ଆକ୍ରମଣ ପୂର୍ବକ ନିଆଁ ଲଗାଇଦେଛନ୍ତି। ଆଶ୍ରମ ସମ୍ମୁଖରେ ରଖାଯାଇଥିବା ଦୁଇଟି କାର୍‍ ଓ ଗୋଟିଏ ସ୍କୁଟରକୁ ମଧ୍ୟ ସେମାନେ ପୋଡି ଦେଇଛନ୍ତି। ଘଟଣାସ୍ଥଳରୁ ଯିବା ପୂର୍ବରୁ ଆଶ୍ରମ ସମ୍ମୁଖରେ ଦୁବୃର୍ତ୍ତମାନେ ଫୁଲମାଳା ରଖିଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ପୁଲିସ ଏକ ଏଫ୍‍ଆଇଆର୍‍ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୁରକ୍ଷା ଦୃଷ୍ଟିରୁ ଆଶ୍ରମ ବାହାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ଶନିବାର ପୂର୍ବାହ୍ଣରେ ଆଶ୍ରମ ପରିଦର୍ଶନ କରିବା ସହିତ ଏଭଳି ନରାକୀୟ ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ଏହି ମାମଲାରେ ବୈଚାରିକ ଭାବେ କୌଣସି ପଦକ୍ଷେପ ଗ୍ରହଣ କରିପାରି ନ ଥିବା ବିରୋଧୀମାନେ ଏବେ ଆକ୍ରମଣ କରିବା ଆରମ୍ଭ କରିଛନ୍ତି। ଆଶ୍ରମର ସ୍ୱାମୀଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଲୋକେ ଏହି ଆକ୍ରମଣ କରିଛନ୍ତି। ମାତ୍ର କାହାରିକୁ ଆଇନଶୃଙ୍ଖଳା ନିଜ ହାତକୁ ନେବାକୁ ଦିଆଯିବ ନାହିଁ। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଉଲ୍ଲେଖ ଯେ ଶାବରୀମାଳାରେ ୧୦ରୁ ୫୦ ବର୍ଷ ବୟସ୍କ ମହିଳାଙ୍କ ପ୍ରବେଶ ନିଷେଧ ହୋଇଥିବା ବେଳେ ଏହା ବିରୋଧରେ ଜଣେ ମହିଳା ଭକ୍ତ କରିଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ସେପ୍ଟେମ୍ବରରେ ଏହି ବିଶ୍ୱପ୍ରସିଦ୍ଧ ମନ୍ଦିରରେ ସବୁ ବୟସର ମହିଳାଙ୍କୁ ପ୍ରବେଶ ଅନୁମତି ପ୍ରଦାନ କରିଥିଲେ। କିନ୍ତୁ ଭଗବାନ ଆୟପ୍ପା ବ୍ରହ୍ମଚାରୀ ହୋଇଥିବାରୁ ତାଙ୍କ ଦେବାଳୟରେ ପ୍ରଜନନକ୍ଷମ କୌଣସି ମହିଳାଙ୍କୁ ପ୍ରବେଶ କରିବାକୁ ଦିଆଯାଇପାରିବ ନାହିଁ ବୋଲି ଦର୍ଶାଇ ଆୟପ୍ପା ଭକ୍ତମାନେ ଏହି ରାୟକୁ ତୀବ୍ର ବିରୋଧ କରିଆସୁଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories