www.samajalive.in
Monday, December 8, 2025
27.1 C
Bhubaneswar

ମଙ୍ଗଳପୁର ନିକଟରେ ୨୪ ଟିକିଆ ହାତୀପଲ, ଲୋକେ ଆତଙ୍କିତ

ପାଟଣା :  କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ଗତ ୩ ଦିନ ହେଲାଣି ୨୪ ଟିକିଆ ହାତୀପଲ ଡେରା ପକାଇ ବିଭିନ୍ନ ସ୍ଥାନରେ ଉପଦ୍ରବ ଜାରି ରଖିଛନ୍ତି। ଏହି ହାତୀପଲ କଟାବେଡା, ଅସନବଣି, ଏରେଣ୍ଡେଇ, ବେଗୁନାଖମଣ ଓ ମଙ୍ଗଳପୁର ଆଦି ଗ୍ରାମର ବିଭିନ୍ନ ଚାଷଜମିରେ ପଶି ବ୍ୟାପକ ପରିମାଣର ଧାନ ଫସଲ ଖାଇବା ସହ ମାଡିଦଳି ନଷ୍ଟ କରିଛନ୍ତି। ଗତକାଲି ସୁଦ୍ଧା ହାତୀପଲ ମଙ୍ଗଳପୁର ନିକଟରେ ଥିବା ବେଳେ ଅଞ୍ଚଳ ରୁ ଏହି ହାତୀପଲ ଛାଡି ନଯିବା କାରଣରୁ ଚାଷୀ ମଧ୍ୟରେ ଭାଳେଣୀ ପଡ଼ିଯାଇଛି। ଅନ୍ୟ ପକ୍ଷରେ ହାତୀପଲ ନିକଟକୁ ନଯିବା ଓ ଟେକାପଥର ମାଡ଼ ନକରିବା ପାଇଁ ବନ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଅବଗତ କରାଯାଉଛି। ତେବେ ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଏହି ହାତୀପଲ ଉପରେ ନଜର ରଖାଯାଇଥିବା ବନ ବିଭାଗ ସୂଚନା ଦେଇଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories