www.samajalive.in
Thursday, December 11, 2025
27.1 C
Bhubaneswar

ମାର୍ଗ ଦର୍ଶିକା ଜାରି କଲା ପୁଲିସ ବିଭାଗ ; ରାତି ୮ଟାରୁ ୧୦ଟା ଯାଏଁ ବାଣ ଫୁଟାଇବା ପାଇଁ ଅନୁମତି

କଟକ : ରାଜ୍ୟରେ ଦୀପାବଳିରେ ରାତି ୮ଟାରୁ ୧୦ଟା ଯାଏଁ ବାଣ ଫୁଚାଇବା ପାଇଁ ଅନୁମତି ମିଳିବ । ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ମାର୍ଗ ଦର୍ଶିକା ଜାରି କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ମହାନିର୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ମାର୍ଗ ଦର୍ଶିକା ଜାରି କରିଛନ୍ତି ।
ଶ୍ରୀ ଶର୍ମା କହିଛନ୍ତି ଯେ ରାତି ୮ଟାରୁ ୧୦ଟା ଯାଏଁ ବାଣ ଫୁଚାଇବା ପାଇଁ ଅନୁମତି ମିଳିବ । ସମ୍ବେଦନଶୀଳ ସ୍ଥାନରେ ବାଣ ଫୁଟାଇବା ପାଇଁ କଡାକଡି ବାରଣ କରାଯାଇଛି । କେବଳ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ସମସ୍ତଙ୍କୁ ବାଣ ଫୁଟାଇବାକୁ ପରାମର୍ଶ ଦିଆଯାଇଛି । ବେଆଇନ ବାଣ ତିଆରି, ବିକ୍ରି ଓ ବାଣଫୁଟା ଉପରେ କଟକଣା ଜାରି କରାଯିବା ସହ ନିୟମ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡକ୍ଟର ଶର୍ମା କହିଛନ୍ତି। ଏହି ମର୍ମରେ ରାଜ୍ୟର ସବୁ ଥାନା ଏସ୍‍ପି ଓ ଡିଏସ୍‍ପିଙ୍କୁ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଦେଶରେ ସୃଷ୍ଟି ହେଉଥିବା ବାୟୁମଣ୍ଡଳ ପ୍ରଦୂଷଣକୁ ଧ୍ୟାନରେ ରଖି ମାନ୍ୟବର ସୁପ୍ରିମକୋର୍ଟ ଦୀପାବଳିରେ ବାଣ ଫୁଟା ଉପରେ କଟକଣା ଜାରି କରିଛନ୍ତି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories